ମୋକିଆ ଡାଇଭର୍ସନରେ କାଦୁଅ

zisanmohammad
0

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୋକିଆ ଗ୍ରାମ ନିକଟରେ ଦୁଇ ବର୍ଷ ହେଲା ପୋଲ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁ ନାହିଁ। ଗତ ଦୁଇ ଦିନ ହେଲା ମୌସୁମୀ ବର୍ଷା ଯୋଗୁଁ ପାପଡାହାଣ୍ଡି ଠାରୁ କୋଷାଗୁମୁଡା ରାସ୍ତାରେ ଯାତାୟତ ଠପ୍ ହୋଇ ପଡିଛି। ଏହି ପୋଲ ନିର୍ମାଣ କାର୍ଯ୍ୟ ସକାଶେ ଡାଇଭର୍ସନ ଦିଆଯାଇଛି। ତେବେ ଡାଇଭର୍ସନରେ ଅସରାଏ ବର୍ଷାରେ ମାଟି ଖସି ରାସ୍ତା ସାରା କାଦୁଅ ଭାସୁଛି। ଫଳରେ ଗାଡି ଚଳାଚଳ ସମୟରେ ବାଧା ସୃଷ୍ଟି ହେଉଛି। ଦୀର୍ଘ ଦିନ ହେଲା ନୂତନ ପୋଲ କାମ ଜାରି ରହିଛି। ଗତ ଗ୍ରୀଷ୍ମରେ ରାସ୍ତା କାମ ବନ୍ଦ ଥିବା ବେଳେ ବର୍ତମାନ ପୋଲ ଦୁଇ ପାର୍ଶ୍ବରେ ପଟୁଥିବା ମାଟି ପୁରୁଣା ପୋଲ ଉପରେ ଭାସି ଚାଲି ଆସୁଛି। ଯଦ୍ୱାରା ପୁରୁଣା ପୋଲରେ ଯାନବାହାନ ଚଳାଚଳରେ ବାଧାପ୍ରାପ୍ତ ହେଉଛି। ଶନିବାର ବର୍ଷା ଯୋଗୁଁ ପୋଲ ଉପରେ କାଦୁଅ ହୋଇ ପଡ଼ିବାରୁ ପାପଡାହାଣ୍ଡି ଠାରୁ କୋଷଗୁମୁଡା ରାସ୍ତା ବନ୍ଦ ହୋଇଥିଲା। ଫଳରେ ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବିଭାଗୀୟ ଅଧିକାରୀ ଓ ଠିକାଦାର ଏହାକୁ ଗୁରୁତ୍ବ ନ ଦେଇ କାମଖିଆଲ ଭାବେ କାର୍ଯ୍ୟ କରୁଥିବାରୁ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଶୀଘ୍ର ନୂତନ ପୋଲ ନିର୍ମାଣ କାମ ସାରିବାକୁ ସାଧାରଣରେ ଦାବି ହୋଇଛି।



from ଜିଲ୍ଲା – Sambad http://bit.ly/2FsdmRe

Post a Comment

0Comments
Post a Comment (0)