ଶ୍ବଶୁର, ପତ୍ନୀ ଓ ଦୁଇ ସନ୍ତାନ ନିଖୋଜ ଅଭିଯୋଗ

zisanmohammad
0

ଗୁଣପୁର: ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ସଦର ମହକୁମା ଢେପ ସାହିର ଦିଲ୍ଲୀପ ପଟ୍ଟନାୟକଙ୍କ ପତ୍ନୀ, ଶ୍ବଶୁର, ପୁଅ ଓ ଝିଅ ନିଖୋଜ ଥିବା ନେଇ ଗୁଣପୁର ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଦିଲ୍ଲୀପ ପଟ୍ଟନାୟକଙ୍କ ପତ୍ନୀ ଜୟା ପଟ୍ଟନାୟକ, ୯ବର୍ଷର ପୁଅ ଓ ୪ବର୍ଷର ଝିଅଙ୍କ ସମେତ ଶ୍ବଶୁର ଗତ ସପ୍ତାହରେ କୌଣସି ଏକ ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବାକୁ ଟ୍ରେନ୍‌ରେ ବିଶାଖାପାଟଣା ଯାଇଥିଲେ। ତେବେ ସେହି ଦିନ ଠାରୁ କାହାର ଖୋଜ ଖବର ମଳୁନଥିବା ନେଇ  ଦିଲ୍ଲୀପ ଗୁଣପୁର ଥାନାରେ ଏତଲା ଦେଇଛନ୍ତି। ପତ୍ନୀ ଓ ଶ୍ବଶୁରଙ୍କ ମୋବାଇଲକୁ ବହୁବାର ଯୋଗାଯୋଗ କଲେ ମଧ୍ୟ କଲ୍ ଲାଗୁନଥିବାରୁ ଦିଲ୍ଲୀପ ଚିନ୍ତାରେ ପଡିଛନ୍ତି। ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ କାହାରିକୁ ପାଉନଥିବା ଦିଲ୍ଲୀପ କହିଛନ୍ତି। ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଯଦି କୌଣସି ସହୃଦୟ ବ୍ୟକ୍ତି ନିଖୋଜ ୪ଜଣଙ୍କୁ ଦେଖନ୍ତି ତେବେ ଗୁଣପୁର ଥାନାକୁ ଯୋଗାଯୋଗ କରିବାକୁ ଦିଲ୍ଲୀପ ପଟ୍ଟନାୟକ ନିବେଦନ କରିଛନ୍ତି।



from ଜିଲ୍ଲା – Sambad http://bit.ly/2FvABK2

Post a Comment

0Comments
Post a Comment (0)