ବିସ୍କୁଟ୍‌ ନୁହେଁ, ବୈଠକରେ କେବଳ ସ୍ୱାସ୍ଥ୍ୟକର ହାଲ୍‌କା ଖାଦ୍ୟ: ସ୍ୱାସ୍ଥ୍ୟମନ୍ତ୍ରାଳୟ

zisanmohammad
0

ନୂଆଦିଲ୍ଲୀ: ନିଜ ମନ୍ତ୍ରାଳୟ ଏବଂ ବିଭାଗୀୟ ବୈଠକରେ ବିସ୍କୁଟ୍‌ ବିକ୍ରୟ ନିଷିଦ୍ଧ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଆଦେଶ ଦେଇଛନ୍ତି। ବିସ୍କୁଟ୍‌ ପରିବର୍ତ୍ତେ ଭଜା ସୋଲା, ଆଲ୍‌ମଣ୍ଡ୍‌ ବାଦାମ, ଖଜୁରି ଏବଂ ଅକ୍ଷୋଟ ଆଦି ଯୋଗାଇ ଦେବାକୁ ସେ ତାଙ୍କ ବିଭାଗକୁ ଜଣାଇ ଦେଇଛନ୍ତି।

ଶୁକ୍ରବାର ଦିନ ରିଲିଜ୍‌ ହୋଇଥିବା ଅର୍ଡର୍‌ରେ ମନ୍ତ୍ରାଳୟ କହିଛି: ଆନୁଷ୍ଠାନିକ ବୈଠକରେ କେବଳ ସ୍ୱାସ୍ଥ୍ୟକର ଲଘୁ ଆହାର ପରିବେଷଣ କରା ଯିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଇଚ୍ଛା ପ୍ରକାଶ କରିଛନ୍ତି। ବୈଠକରେ ବିସ୍କୁଟ୍‌ ଦିଆଯିବ ନାହିଁ।

ଅର୍ଡର୍‌ରେ କୁହାଯାଇଛି: ତେଣୁକରି ଏଣିକି ବିଭାଗୀୟ କ୍ୟାଣ୍ଟିନ୍‌ରେ ଆଉ ବିସ୍କୁଟ୍‌ ମିଳିବ ନାହିଁ, ବରଂ ଝୁଡୁଙ୍ଗ ମଞ୍ଜି, ଖୁଜୁରି, ଭଜା ସୋଲା, ଆଲ୍‌ମଣ୍ଡ ବାଦାମ, ଅକ୍ଷୋଟ ଆଦି ସ୍ୱାସ୍ଥ୍ୟକର ଆହାର ବିଭାଗୀୟ ଆଠୁଷ୍ଠାନିକ ବୈଠକରେ ଦିଆଯିବ।

ପ୍ଲାଷ୍ଟିକ୍‌ ପାଣି ବୋତଲ ବ୍ୟବହାର କରିବାକୁ ପୂର୍ବରୁ ଦେଇଥିବା ଆଦେଶକୁ ପୁଣି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦୋହରାଇଛି।



from ଦେଶ- ବିଦେଶ – Sambad https://ift.tt/2IUZcdw

Post a Comment

0Comments
Post a Comment (0)