ମୋଦୀଙ୍କ ସହ ସେଲ୍‌ଫି ଉଠାଇ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ମୋରିସନ୍‌ କହିଲେ: ‘‘କିତ୍‌ନା ଅଚ୍ଛା ହୈ ମୋଦୀ!’’

zisanmohammad
0

ନୂଆଦିଲ୍ଲୀ: ଜାପାନ ଠାରେ ଚାଲିଥିବା ଜି୨୦ ଶିଖର ସମ୍ମିଳନୀରେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସ୍‌ନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ଅବସରରେ ସେଲ୍‌ଫି ଉଠାଇଛନ୍ତି।

ପରେ ଦୁଇ ପ୍ରଧାନମନ୍ତ୍ରୀଙ୍କ ହସ ହସ ମୁହଁର ସେ ଫଟୋକୁ ଟୁଇଟ୍‌ କରିଥିଲେ ମୋରିସନ୍‌। ଫଟୋ ତଳକୁ ଧାଡ଼ିଏ ପରିଚୟୋକ୍ତିରେ ଲେଖିଛନ୍ତି: ‘‘କିତ୍‌ନା ଅଚ୍ଛା ହୈ ମୋଦୀ!’’ ଅର୍ଥାତ୍‌ ମୋଦୀ ଅତି ଉତ୍ତମ ମଣିଷ!

ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୃଥକ୍‌ ଭାବେ ଇଣ୍ଡୋନେସିଆ ଏବଂ ବ୍ରାଜିଲ୍‌ର ରାଷ୍ଟ୍ରପତିଙ୍କୁ ଭେଟି ଦ୍ୱିପାକ୍ଷିକ ସମ୍ପର୍କ ଏବଂ ବାଣିଜ୍ୟ ଓ ବିନିଯୋଗ କ୍ଷେତ୍ରରେ ସହଯୋଗ ବୃଦ୍ଧି କଥା ଆଲୋଚନା କରିଥିଲେ। ପରେ ପ୍ରଧାନମନ୍ତ୍ରୀ ମୋଦୀ ତୁର୍କୀ ଓ ଅଷ୍ଟ୍ରେଲୀୟ ନେତାଙ୍କୁ ଭେଟିଥିଲେ।

ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ରୁଷ୍‌, ଭାରତ ଓ ଚୀନ୍‌ ଦେଶର ବୈଦେଶିକ ମନ୍ତ୍ରୀଙ୍କ ୧୬ତମ ବୈଠକରେ କହିଲେ କି, ଓସାକାରେ ଠାରେ ତ୍ରିପାକ୍ଷିକ ଆଲୋଚନା ହେଉଛି ବିଶ୍ୱର ପ୍ରମୁଖ ସମସ୍ୟା ବିଷୟରେ ଆଲୋଚନା ଓ ସମନ୍ଵୟତାର ଉତ୍ତମ ମାଧ୍ୟମ।



from ଦେଶ- ବିଦେଶ – Sambad https://ift.tt/2KL9dvU

Post a Comment

0Comments
Post a Comment (0)