କାନ୍ଥ ପଡ଼ି ଘର ମାଲିକ ଓ ଶ୍ରମିକ ମୃତ

zisanmohammad
0

ଯାଜପୁର: ସୋମବାର ସକାଳେ ରସୁଲପୁର ବ୍ଲକ୍‌ ଅଞ୍ଚଳର ଅତଲାପୁର ପଞ୍ଚାୟତ ଅନ୍ତର୍ଗତ ବାଲିପାଟଣା ଗ୍ରାମରେ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଘରର ମାଲିକ ଏବଂ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି।

ମୃତ ବ୍ୟକ୍ତିମାନେ ହେଲେ ଘରର ମାଲିକ ୫୫ ବର୍ଷିୟ ବନମାଳୀ ବାରିକ ଏବଂ ଶ୍ରମିକ କାମ କରୁଥିବା ୨୩ ବର୍ଷିୟ ଚନ୍ଦନ ଲେଙ୍କା।

ସକାଳୁ ବନମାଳୀଙ୍କ ଘରକାମ ଚାଲିଥିବା ବେଳେ ୨୦ ଇଞ୍ଚିଆ ମାଟିକାନ୍ଥ ପଡ଼ିଯିବାରୁ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଛି। ଏଥିରେ ପଞ୍ଚୁ ନାଥ ନାମକ ଆଉ ଜଣେ ବ୍ୟକ୍ତି ଆହତ ହୋଇ ଧର୍ମଶାଳାରେ ଚିକିତ୍ସାଧୀନ ଅଛନ୍ତି।

ଏବେ ଧର୍ମଶାଳା ଡାକ୍ତରଖାନାରେ ରଖାଯାଇଥିବା ମୃତବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯିବ।



from ଜିଲ୍ଲା – Sambad http://bit.ly/2KzGwlr

Post a Comment

0Comments
Post a Comment (0)