ପାଣି ମାଗୁଥିବା ମୁସ୍‌ଲିମ ଯାତ୍ରୀଙ୍କୁ ଇଫ୍‌ତାର ଖାଦ୍ୟ ଦେଇ ଚର୍ଚ୍ଚାରେ ଏୟାର୍‌ ଇଣ୍ଡିିଆ କ୍ରିୟୁ ମେମ୍ବର

zisanmohammad
0

ନୂଆଦିଲ୍ଲୀ: ଜଣେ ମୁସ୍‌ଲିମ୍‌ ଯାତ୍ରୀ ପାଣି ମାଗିବା ପରେ ସେ ରମ୍‌ଜାନ ଉପବାସ କରିଥିବାରୁ ତାଙ୍କୁ ପାଣି ସହ  ରମଜାନରେ ଖାଇ ବ୍ରତ ଉଦଯାପନ ଲାଗି ଭୋଜନ କରାଯାଉଥିବା ଇଫତାର ଖାଦ୍ୟ ଦେଇ ସୋସିଆଲ୍‌ ମିଡିଆରେ ସମସ୍ତଙ୍କ ମନ ଜିଣିପାରିଛନ୍ତି ଏୟାର୍‌ଇଣ୍ଡିଆର କ୍ରିୟୁ ମେମ୍ବର।

ଯାତ୍ରୀ ଜଣକ ଗୋରଖପୁରରୁ ଦିଲ୍ଳୀ ଯାଉଥିଲେ। ସେ ରମଜାନ ପାଇଁ ଉପବାସ କରିଥିବାରୁ କ୍ରିୟ ମେମ୍ବରଙ୍କୁ ପାଣି ବୋତଲ ମାଗିଥିଲେ। ମାତ୍ର କ୍ରିୟୁ ମେମ୍ବର ତାଙ୍କୁ ପାଣି ସହ ବ୍ରତ ଭଙ୍ଗା ଯାଉଥିବା ଇଫ୍‌ତାର ମିଲ୍‌ ଆଣି ଦେବା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ସାମ୍ବାଦିକ ଯାତ୍ରୀ ଜଣକ।

ପ୍ରଥମେ ସାମ୍ବାଦିକ ରିଫତ୍‌ ଜଓ୍ଵାଦ ଏକ ପାଣି ବୋତଲ ସାଙ୍ଗେ ସାଙ୍ଗେ ସରାଇ ଦେବା ପରେ ଆଉ ଏକ ପାଣି ବୋତଲ ବରାଦ କରିବାରୁ କ୍ରିୟୁ ମେମ୍ବର ଜଣଙ୍କ ତାଙ୍କୁ ସିଟ୍‌ରେ ବସିବାକୁ କହିଥିଲେ। ତା’ପରେ କିଛି ସମୟ ମଧ୍ୟରେ ସେ ଜଓ୍ଵାଦଙ୍କ ପାଇଁ ଇଫ୍‌ତାର ଖାଦ୍ୟ ଆଣି ଆସିଥିଲେ।



from ବାଣିଜ୍ୟ – Sambad http://bit.ly/2QfgeF2

Post a Comment

0Comments
Post a Comment (0)