ଏକଜିଟ୍ ପୋଲ୍ ପରେ ଉତ୍ତର ପ୍ରଦେଶ ରାଜନୀତି ଚଳଚଞ୍ଚଳ : ମାୟାବତୀଙ୍କୁ ଭେଟିଲେ ଅଖିଲେଶ ଯାଦବ

zisanmohammad
0

ଲକ୍ଷ୍ନୌ : ଏକଜିଟ୍ ପୋଲ୍ ଆସିବା ପରେ ଜାତୀୟ ରାଜନୀତି ସରଗରମ ହୋଇଉଠିଛି । ମେ’ ୨୩ ଗଣତି ପୂର୍ବରୁ ଏବଂ ଏକଜିଟ୍ ପୋଲ ରିପୋର୍ଟ ପରେ ଯେତିକି ଉତ୍କଣ୍ଠା ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଛି, ସେହି ଅନୁରୂପ ନେତାଙ୍କ ହୃତକମ୍ପନ ବଢ଼ିବାରେ ଲାଗିଛି । ସମସ୍ତ ପୋଲରେ ଏନଡ଼ିଏକୁ ବହୁମତ ମିଳୁଥିବାର ସ୍ପଷ୍ଟ ଦେଖିବା ପାଇଁ ମିଳୁଛି । ଏକଜିଟ ପୋଲରେ ମୋଦି ସୁନାମୀ ଦେଖି ଆଗାମୀ ପଦକ୍ଷେପ ପାଇଁ ଏବେ ଠାରୁ ଅଣ୍ଟା ଭିଡ଼ିଲେଣି ବରୋଧୀ।

ଏହି କ୍ରମରେ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସପା ମୁଖ୍ୟ ଅଖିଲେଶ ଯାଦବ ମେଣ୍ଟ ସହଯୋଗୀ ତଥା ବସପା ସୁପ୍ରିମୋ ମାୟାବତୀଙ୍କୁ ଆଜି ସାକ୍ଷାତ କରିଛନ୍ତି । ମାୟାବତୀଙ୍କୁ ସାକ୍ଷାତ କରିବା ପରେ ଉଭୟଙ୍କ ଏକ ଫଟୋ ଟ୍ୱିଟ୍ କରିଛନ୍ତି ଅଖିଲେଶ । ଆଗାମୀ ପକ୍ଷକ୍ଷେପ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଲେଖିଛନ୍ତି । ଅଖିଲେଶଙ୍କ ଏହି ଟ୍ୱିଟ୍ ପରେ ରାଜନୈତିକ ବିଶ୍ଳେଷକମାନେ ଅନେକ କଥା ଆକଳନ କରୁଛନ୍ତି । ଅଖିଲେଶ ଓ ମାୟାବତୀଙ୍କ ଆଗାମୀ ପଦକ୍ଷେପ କ’ଣ ରହିବ ? ଏହା ବର୍ତ୍ତମାନ ସମୟରେ ସବୁଠାରୁ ବଡ଼ ପ୍ରଶ୍ନ ଭାବେ ଉଭା ହେଉଛି।

ଗତକାଲି ଏକଜିଟ୍ ପୋଲ ମତ ଆସବା ପରେ ବିରୋଧୀ ଶିବିରରେ କମ୍ପନ ସୃଷ୍ଟି ହୋଇଥିଲା । ଆଉ ସକାଳୁ ସକାଳୁ ମାୟାବତୀଙ୍କୁ ଭେଟିବା ପାଇଁ ପହଞ୍ଚିଥିଲେ ଅଖିଲେଶ ଏବଂ ଆଗାମୀ ପଦକ୍ଷେପ ନେଇ ଏକ ଘଣ୍ଟା ଆଲୋଚନା କରିଥିଲେ । ତେବେ ଅଖିଲେଶଙ୍କ ଟ୍ୱିଟ୍ ପରେ ଜଣାପଡ଼ୁଛି ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ ମେଣ୍ଟ ବଳବତ୍ତର ରହିବ ବୋଲି ଅଖଲେଶ ସଙ୍କେତ ଦେଉଛନ୍ତି।



from ରାଜନୀତି – Sambad http://bit.ly/2LWmiUN

Post a Comment

0Comments
Post a Comment (0)