ଜେଲ୍‌ରେ ଖଲିଦା ଜିଆଙ୍କ ସ୍ୱାସ୍ଥ୍ୟ ଖରାପ

zisanmohammad
0

ଢାକା: ଦୁର୍ନୀତି ଅଭିଯୋଗରେ ଜେଲ୍‌ରେ ଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖଲିଦା ଜିଆଙ୍କ ସ୍ୱାସ୍ଥ୍ୟର ଅବନତି ଘଟୁଥିଲେ ମଧ୍ୟ ତାଙ୍କୁ ଉପଯୁକ୍ତ ଚିକତ୍ସା ସେବା ଯୋଗାଇ ଦିଆଯାଉନଥିବା ବାଂଲାଦେଶ ନେସ୍‌ନାଲିଷ୍ଟ ପାର୍ଟି (ବିଏନ୍‌ପି) ଅଭିଯୋଗ କରିଛି। ୭୩ ବର୍ଷୀୟା ଖଲିଦା ଏବେ ଜେଲ୍‌ରେ ମୃତ୍ୟୁ ସହ ସଂଗ୍ରାମ କରୁଥିବାରୁ ତାଙ୍କୁ ମୁକ୍ତି କରାଯାଉ ବୋଲି ବିଏନ୍‌ପି ପକ୍ଷରୁ ଦାବି କରାଯାଇଛି। ସେ ଏକୁଟିଆ ଅନୁଭବ କରିବା ସହିତ ତାଙ୍କୁ ଉପଯୁକ୍ତ ଚିକତ୍ସା ଯୋଗାଇ ଦିଆନଯିବା କାରଣରୁ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ଥିବା କୁହାଯାଇଛି। ଏଭଳି ସ୍ଥିତିରେ ତାଙ୍କୁ ମୁକ୍ତି ନଦେବା ମାନବ ଅଧିକାର ଉଲ୍ଲଙ୍ଘନ ବୋଲି ଅଭିଯୋଗ କରିଛି ବିଏନ୍‌ପି। ସ୍ୱାସ୍ଥ୍ୟ ସେବା ଯୋଗାଇବା ପ୍ରତିଶୃତି ଦେଇ ମଧ୍ୟ ସରକାର କିଛି ପଦକ୍ଷେପ ନେଉନାହାନ୍ତି ବୋଲି ଅଭିଯୋଗ କରାଯାଇଛି। ଢାକାରେ ଥିବା ୨୦୦ ବର୍ଷ ପୁରୁଣା ଜେଲ୍‌ରେ ଜିଆଙ୍କୁ ଗତ ଫେବ୍ରୁଆରିମାସରୁ ରଖାଯାଇଛି। ସୁରକ୍ଷା ଦୃଷ୍ଟିରୁ ଦୁର୍ନୀତି ମାମଲାର ବିଚାର ପାଇଁ ଜେଲ୍‌ ନିକଟରେ ଏକ ଅସ୍ଥାୟୀ କୋର୍ଟ ନିର୍ମାଣ କରାଯାଇଥିବା ପ୍ରକାଶ।



from ଦେଶ- ବିଦେଶ – Sambad http://bit.ly/2YwoBiG

Post a Comment

0Comments
Post a Comment (0)