ସ୍ବତନ୍ତ୍ର ଅଲିମ୍ପିକ୍ସର ସ୍ବତନ୍ତ୍ର ପ୍ରତିଭା: କାମିଲା

zisanmohammad
0

ଭୁବନେଶ୍ବର: ରାଜ୍ୟ ବାହ‌ାରେ ବି ଓଡ଼ିଆ ଝିଅଙ୍କ କମାଲ ଦେଖିବାକୁ ମିଳିଛି। ଏଥର କିନ୍ତୁ ଜଣେ ମାନସିକ ଶାରୀରିକ ଅନଗ୍ରସର ଯୁବତୀ ଅନ୍ତର୍ଜାତୀୟ କ୍ରୀଡ଼ା ମଇଦାନରେ ନିଜ ପ୍ରତିଭାର ପ୍ରମାଣ ଦେଇଛନ୍ତି। ସମ୍ପ୍ରତି ଆବୁଧାବିରେ ଅନୁଷ୍ଠିତ ସ୍ବତନ୍ତ୍ର ଅଲିମ୍ପିକ୍ସର ବିଶ୍ବ କ୍ରୀଡ଼ାରେ ଓଡ଼ିଆ ଝିଅ କାମିଲା ପଟ୍ଟନାୟକ ଦୁଇ ଦୁଇଟି ପଦକ ଜିତି ଓଡ଼ିଶା, ମହାରାଷ୍ଟ୍ର ଏବଂ ଭାରତର ଗୌରବ ବଢ଼ାଇଛନ୍ତି। ଡଲଫିନ୍ ଗର୍ଲ ଭାବେ ନିଜ ପାଇଁ ପରିଚୟ ସୃଷ୍ଟି କରିଥିବା କାମିଲା ୮୦୦ ମିଟର୍ ଫ୍ରିଷ୍ଟାଇଲ୍ ସୁଇମିଂରେ ରୌପ୍ୟ ଏବଂ ୧୫୦୦ ମିଟର୍ ସମୁଦ୍ର ପହଁରାରେ କାଂସ୍ୟ ପଦକ ଜିତିଛନ୍ତି। ପିଲା ଦିନରୁ ଡାଉନ୍ ସିଣ୍ଡ୍ରୋମ୍‌ କାରଣରୁ ଦିବ୍ୟାଙ୍ଗ ହୋଇଥିବା ୧୮ ବର୍ଷୀୟା କାମିଲା ପୁନେରେ ପିତା ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ଏବଂ ମା’ ରୀତା ପଟ୍ଟନାୟକଙ୍କ ସହ ରହୁଛନ୍ତି। ଆବୁଧାବିରେ ଯୁଗଳ ପଦକ ଜିତିବା ପରେ ମଧ୍ୟ ପୁନେରେ କାମିଲାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଧନା ଦିଆଯିବା ସବୁଠାରୁ ଉଲ୍ଲେଖନୀୟ ଘଟଣା ଥିଲା। ମାତ୍ର ୩ ବର୍ଷ ବୟସରୁ କାମିଲା ପହଁରା ଶିଖି ଆଗକୁ ବଢ଼ିଥିଲେ। ଜାତୀୟ ସ୍ତରର ସଫଳତା ପରେ କାମିଲା ଏବେ ବିଶ୍ବସ୍ତରୀୟ ପଦକ ଜିତିଛନ୍ତି।



from ଖେଳ – Sambad http://bit.ly/2VRPv7I

Post a Comment

0Comments
Post a Comment (0)