
ଯାଜପୁର: ଆଜି ସକାଳୁ ଯାଜପୁର ରୋଡ ବନ ବିଭାଗ ଅଧୀନରେ ଥିବା ରଗଡି ପଲିଟେକନିକ ସମ୍ମୁଖରେ ଦୁଇଟି ଭାଲୁ ଦୁ୍ର୍ଘଟଣାର ଶିକାର ହୋଇଛନ୍ତି | ଦୁର୍ଘଟଣାରେ ଦୁଇଟି ଭାଲୁଙ୍କର ମୃତ୍ୟୁ ହୋଇଯାଇଛି | ଗତକାଲି ବିଳମ୍ବିତ ରାତିରେ ଭାଲୁ ଦୁଇଟି ୨୦ ନଂ ଜାତୀୟ ରାଜପଥ ପାର ହେଉଥିବା ବେଳେ କୌଣସି ଗାଡି ସେମାନଙ୍କୁ ଧକ୍କା ଦେଇଥିଲା , ଯାହାଫଳରେ ଘଟଣାସ୍ଥଳରେ ହିଁ ଦୁଇଟି ଭାଲୁଙ୍କର ମୃତ୍ୟୁ ହୋଇଯାଇଥିଲା | ଆଜି ସକାଳେ ଖବର ପାଇ ବନ ବିଭାଗ ମୃତଦେହକୁ ଜବତ କରିଥିଲେ |
from ଜିଲ୍ଲା – Sambad http://bit.ly/2YD2wPp