ଭାଙ୍ଗି ପଡ଼ିଲା ଚାର୍‌ମିନାର ଏକ କ୍ଷୁଦ୍ର ଅଂଶ, ତଦନ୍ତ ଭାର ହାତକୁ ନେଲା ଏଏସ୍‌ଆଇ

zisanmohammad
0

ହାଇଦ୍ରାବାଦ୍‌: ବୁଧବାର ରାତିରେ ହାଇଦ୍ରାବାଦ୍‌ର ଐତିହାସିକ ବିଲ୍ଡିଂ ଚାର୍‌ମିନାରର କିଛି ଅଂଶ ଭାଙ୍ଗି ଯାଇଥିବା ସୂଚନା ରହିଛି। ଦକ୍ଷିଣାଞ୍ଚଳର ଏହି ପୁରୁଣା ସହରର ପ୍ରତୀକ ହେଉଛି ଚାର୍‌ମିନାନ୍‌। ଆଗ୍ରାର ତାଜ୍‌ ମହଲ, କୋଲକାତାର ହାଓ୍ଵାଡା ପୋଲ ପରି ହ୍ରାଇଦ୍ରାବାଦ୍‌ର ଚାର୍‌ମିନାର ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ଏହି ଐତିହାସିକ ବିଲ୍ଡିଂଟିର କିଛି ଅଂଶ ଭାଙ୍ଗି ପଡ଼ିବା ପରେ ଏବେ ଭାରତୀୟ ପୂରାତତ୍ତ୍ୱ ସର୍ବେକ୍ଷଣ(ଏଏସ୍‌ଆଇ) ଏହାର ତଦନ୍ତ ଭାର ହାତକୁ ନେଇଛି।

 

ଚାର୍‌ମିନାର ଏକ କ୍ଷୁଦ୍ର ଅଂଶ ଭାଙ୍ଗି ପଡ଼ିବା ପରେ ଏଏସ୍‌ଆଇ ଟିମ୍‌ କହିଛନ୍ତି ଯେ ସେମାନେ ପ୍ରଥମେ ଏହାର ତଦନ୍ତ କରିବେ ଓ ପରେ ଭାଙ୍ଗି ଯାଇଥିବା ଅଂଶର ମରାମତି ମଧ୍ୟ କରିବେ। ନିର୍ଦ୍ଦେଶ ହୋଇଛି ଯେ ପୂର୍ଣ୍ଣ ତଦନ୍ତ ନ ସରିବା ପର୍ଯ୍ୟନ୍ତ ଏହି ଐତିହାସିକ ବିଲ୍ଡିଂଟି ବନ୍ଦ ରହିବ।



from ବାଣିଜ୍ୟ – Sambad http://bit.ly/2PFEPml

Post a Comment

0Comments
Post a Comment (0)