ଅନ୍ତିମ ପର୍ଯ୍ୟାୟରେ ମତଦାନ ସଂପନ୍ନ କରାଇବାକୁ ପୋଲିଂ ପାର୍ଟି ଯାଇ ପହଞ୍ଚିଲେ ବିଶ୍ୱର ଉଚ୍ଚତମ ମତଦାନ କେନ୍ଦ୍ରରେ

zisanmohammad
0

ସିମ୍‌ଲା/ ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ପାଇଁ ଆସନ୍ତା ୧୯ ତାରିଖ ରବିବାର ଦିନ ଅନ୍ତିମ ତଥା ସପ୍ତମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବାକୁ ଥିିବାବେଳେ ମତଦାନ କାର୍ଯ୍ୟ ସଂପନ୍ନ କରିବା ଉଦ୍ଦେଶ୍ୟରେ ଏକ ପୋଲିଂ ଟିମ୍‌ ଆଜି ଅପରାହ୍ଣରେ ଯାଇ ପହଞ୍ଚିଛନ୍ତି ବିଶ୍ୱର ସର୍ବୋଚ୍ଚ ମତଦାନ କେନ୍ଦ୍ରରେ।

ସମ୍ବାଦ ସରବରାହ ସଂସ୍ଥା ‘ଏଏନ୍‌ଆଇ’ ସୂତ୍ରରୁ ହସ୍ତଗତ ହୋଇଥିବା ରିପୋର୍ଟର ବିବରଣୀରୁ ପ୍ରକାଶ, ରବିବାର ଦିନ ଅନୁଷ୍ଠିତ ହେବାକୁ ଥିବା  ମତଦାନରେ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ମତ ଗ୍ରହଣ କରାଯିବ। ମଣ୍ଡି ଲୋକସଭା ସଂସଦୀୟ କ୍ଷେତ୍ର ମଧ୍ୟରେ ରହିଥିବା ଗୋଟିଏ ମତଦାନ କେନ୍ଦ୍ର ବା ବୁଥ୍‌ ହେଉଛି ତାଶିଗଞ୍ଜ ଅଞ୍ଚଳରେ ଥିବା ଲାହାଉଲ୍‌- ସ୍ପିତିରେ। ତାଶିଗଞ୍ଜର ଏହି ଲାହାଉଲ୍‌- ସ୍ପିତି ମତଦାନ କେନ୍ଦ୍ରଟିର ଅବସ୍ଥିତି ହେଉଛି ସମୁଦ୍ର ପତନ ଠାରୁ ୧୫ ହଜାର ୨୫୬ ଫୁଟ ଉଚ୍ଚତାରେ। ଏବଂ ଏହି ମତଦାନ କେନ୍ଦ୍ରଟି ସମଗ୍ର ବିଶ୍ୱର ସବୁଠାରୁ ଉଚ୍ଚତମ ମତଦାନ କେନ୍ଦ୍ର ବା ବୁଥ୍‌ ଭାବେ ପରିଗଣିତ ହୁଏ।



from ରାଜନୀତି – Sambad http://bit.ly/2JnnMoZ

Post a Comment

0Comments
Post a Comment (0)