ଲୁଧିଆନାରେ ଭୋଟରଙ୍କ ମନ ଜିଣିବାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଚଳାଇଲେ ଟ୍ରାକ୍ଟର ଭିଡିଓ ହେଲା ଭାଇରାଲ

zisanmohammad
0

ଲୁଧିଆନା (ପଞ୍ଜାବ): ପଞ୍ଜାବର ଲୁଧିଆନା ଲୋକସଭା ଆସନ ପାଇଁ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟରେ ଆସନ୍ତା ୧୯ ତାରିଖ ଦିନ ମତଦାନ ହେବାକୁ ଥିବାବେଳେ ଆଜି ଲୁଧିଆନାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଜୋରଦାର ପ୍ରଚାର କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଲୁଧିଆନା ଲୋକସଭା କ୍ଷେତ୍ରରୁ କଂଗ୍ରେସ ପ୍ରାର୍ଥୀ ରୂପେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ରଭନୀତ୍‌ ସିଂହ ବିଟ୍ଟୁଙ୍କ ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଏକ ନିର୍ବାଚନୀ ର‍୍ୟାଲିରେ ଉଦ୍‌ବୋଧନ ଦେବା ସହ ଲୁଧିଆନାର ଭୋଟରମାନଙ୍କର ମନ ଜିଣିବାକୁ କ୍ଷେତରେ ଟ୍ରାକ୍ଟର ମଧ୍ୟ ଚଳାଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲଙ୍କର ଏହି ଟ୍ରାକ୍ଟର ଚଳାଇବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଏହାକୁ କେନ୍ଦ୍ରକରି ଚର୍ଚ୍ଚା ଓ ଆଲୋଚନା ମଧ୍ୟ ଆରମ୍ଭ ହୋଇଛି।

ଭାଇରାଲ ହୋଇଥିବା ଭିଡିଓରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗୋଟିଏ ଟ୍ରାକ୍ଟରରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଓ ଦଳୀୟ୍ର ପ୍ରାର୍ଥୀ ରଭନୀତ୍‌ ସିଂହ ବିଟ୍ଟୁଙ୍କୁ ବସାଇ ଏକ କ୍ଷେତରେ ଟ୍ରାକ୍ଟର ଚଳାଉଥିବା ଦେଖିବାକୁ ମିଳିଛି। ଏହା ପୂର୍ବରୁ ଏକ ର‍୍ୟାଲିରେ ଦେଶର ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପହାସିତ ଓ ପ୍ରତାରିତ କରିଛନ୍ତି ବୋଲି ସେ ଅଭିଯୋଗ ମଧ୍ୟ କରିଛନ୍ତି।



from ରାଜନୀତି – Sambad http://bit.ly/30mgNBL

Post a Comment

0Comments
Post a Comment (0)