ବିଭିନ୍ନ ସଂଗଠନ ପକ୍ଷରୁ ଶାନ୍ତିପୂର୍ଣ୍ଣ ୧୨ ଘଣ୍ଟିଆ ଭଞ୍ଜନଗର ବନ୍ଦ

zisanmohammad
0

ଭଞ୍ଜନଗର: ଓଡିଶା ସଡକ ରାଜ୍ୟ ପରିବହନ ନିଗମ ଭଞ୍ଜନଗର ଶାଖା କର୍ମଚାରୀଙ୍କୁ ୭ ମାସର ଦରମା ପ୍ରଦାନ କରିବା ଦାବିରେ ଆଜି ଭଞ୍ଜନଗରରେ ବନ୍ଦ ଡାକରା ଦିଆଯାଇଛି | ଏହା ସହ ଭଞ୍ଜନଗର ୟୁନିଟକୁ ଅନ୍ୟତ୍ର ସ୍ଥାନାନ୍ତର ନିର୍ଦ୍ଦେଶକୁ ପ୍ରତ୍ୟାହାର କରିବା ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଭଞ୍ଜନଗରରେ ଚକଅଖ ବନ୍ଦ ହୋଇଛି। ଏହି କ୍ରିୟାନୁଷ୍ଠାନ କମିଟିରେ ଭଞ୍ଜନଗର ସହରର ୧୮ ଟି ସଂଘ ସାମିଲ ହୋଇଛନ୍ତି।

ଓଏସଆରଟିସି କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି ୧୦ ଦିନରେ ପହଞ୍ଚିଥିବା ବେଳେ ନୂତନ ଭାବେ ଗଠିତ କ୍ରିୟାନୁଷ୍ଠାନ କମିଟି ଭଞ୍ଜନଗର ବନ୍ଦ କରିଛନ୍ତି। ପରିବହନ କର୍ମଚାରୀଙ୍କୁ ଦରମା ଦେବା ସହ ଭଞ୍ଜନଗର ଓଏସଆରଟିସି ବସଷ୍ଟାଣ୍ଡ ସ୍ଥାନାନ୍ତରଣକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକ | ଏଥିରେ ଭଞ୍ଜନଗର ସହରକୁ ସମସ୍ତ ପ୍ରବେଶ ପଥ ବନ୍ଦ କରିଦେଇଥିବା ବେଳେ ଦୋକାନ ବଜାର ଓ ବିଭିନ୍ନ କାର୍ଯ୍ୟାଳୟକୁ ମଧ୍ୟ ବନ୍ଦ କରିଦେଇଛନ୍ତି। ଏଥିରେ ଯାତାୟାତ ସେବା ବାଧାପ୍ରାପ୍ତ ହୋଇଛି |



from ଜିଲ୍ଲା – Sambad http://bit.ly/2Wg77cK

Post a Comment

0Comments
Post a Comment (0)