ମଧ୍ୟପ୍ରଦେଶରେ କଂଗ୍ରେସ ସଂଖ୍ୟା ଗରିଷ୍ଠତା ହରାଇଥିବା ଅଭିଯୋଗ କରି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଇବାକୁ ରାଜ୍ୟପାଳଙ୍କ ଦ୍ୱାରସ୍ଥ ହେଲା ବିଜେପି

zisanmohammad
0

ଭୋପାଳ/ ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ପରେ ବିଭିନ୍ନ ସଂସ୍ଥା ପକ୍ଷରୁ ଏକ୍‌ଜିଟ୍‌ ପୋଲର ରିପୋର୍ଟ ଗତକାଲି (ରବିବାର) ସନ୍ଧ୍ୟାରେ ପ୍ରକାଶିତ ହୋଇଯାଇଛି। ଏକ୍‌ଜିଟ୍‌ ପୋଲ ସର୍ଭେ କରିଥିବା ପ୍ରାୟ ପ୍ରତ୍ୟେକ ସଂସ୍ଥା କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଗଠନ କରିବ ବୋଲି କହିଛନ୍ତି। ଏପରିକି ନିକଟ ଅତୀତରେ ସଂପନ୍ନ ହୋଇଥିବା ମଧ୍ୟପ୍ରଦେଶ ଓ ରାଜସ୍ଥାନ ନିର୍ବାଚନ ପରେ ସେଠରେ କଂଗ୍ରେସ ସରକାର ଗଠନ କରିଥିଲେ ମଧ୍ୟ ୨୦୧୯ ଲୋକସଭା ନିର୍ବାଚନରେ ଏଠାରେ ଏକ୍‌ଜିଟ ପୋଲ ସର୍ଭେ ଅନୁଯାୟୀ କଂଗ୍ରେସ ଠାରୁ ବିଜେପି ବହୁ ଆଗରେ ରହିଛି।


ଏହି ପରପ୍ରେକ୍ଷୀରେ ଆଜି ବିଜେପି ମଧ୍ୟପ୍ରଦେଶ ରାଜ୍ୟପାଳଙ୍କ ଦ୍ୱାରସ୍ଥ ହେବା ସହ ତାଙ୍କୁ ଏକ ପତ୍ର ଦେଇଛି। ଏହି ପତ୍ରରେ ମଧ୍ୟପ୍ରଦେଶର କଂଗ୍ରେସ ସରକାର ଏକ ସଂଖ୍ୟାଲଘୁ ସରକାରରେ ପରିଣତ ହୋଇଥିବା ଦର୍ଶାଇ ମଧ୍ୟପ୍ରଦେଶ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଇବା ପାଇଁ ଦାବି କରିଛି ବିଜେପି।



from ରାଜନୀତି – Sambad http://bit.ly/2EkJJ3P

Post a Comment

0Comments
Post a Comment (0)