ପୁଣି ଧମାଲ କରିବ ‘ହେରାଫେରି ୩’

zisanmohammad
0

ନୂଆଦିଲ୍ଲୀ: ଅଭିନେତା ସୁନୀଲ ସେଟ୍ଟୀ ‘ହେରା ଫେରି ୩’ ସିନେମାକୁ ନେଇ ଖୁବ୍‌ ଉତ୍ସାହ ଥିବା କଥା କହିଛନ୍ତି। ଚଳିତ ବର୍ଷ ଶେଷ ଆଡକୁ ଏହି ସିନେମାର କାମ ଆରମ୍ଭ ହେବ। ସୁନୀଲ ସେଟ୍ଟୀଙ୍କ କହିବାନୁସାରେ, ଏହି ସିନେମାକୁ ନେଇ ବହୁ ବିଚାର ବିମର୍ଷ କରାଯାଉଛି। ପ୍ରିୟଦର୍ଶନ ସହିତ ‘ହେରା ଫେରି ୩’ କୁ ନେଇ ଆଲୋଚନା ଜାରି ରହିଛି। ପ୍ରଥମ ‘ହେରା ଫେରି’ ସିନେମାରେ ତାଙ୍କୁ ମଜା ଆସିଥିଲା। କିନ୍ତୁ ଦ୍ୱିତୀୟଟି ସେମିତି କିଛି ଖାସ୍‌ ନଥିଲା।

ପ୍ରିୟଦର୍ଶନ ଦ୍ୱାରା ନିର୍ଦ୍ଦେଶିତ ପ୍ରଥମ ‘ହେରା ଫେରି ସିନେମା’ ୨୦୦୦ରେ ରିଲିଜ ହୋଇଥିଲା, ଯେଉଁଥିରେ ସୁନୀଲଙ୍କ ସହିତ ପରେଶ ରାଓ୍ଵଲ ଓ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଥିଲେ। ଏହାପରେ ତିନିଜଣ ପୁଣିଥରେ ୨୦୦୬ରେ ‘ଫିର ହେରା ଫେରି’ରେ ନଜର ଆସିଥିଲେ। ଯାହାର ନିର୍ଦ୍ଦେଶନା ନିରଜ ବୋରା କରିଥିଲେ। ସେଟ୍ଟୀ ଶେଷ ଥର ୨୦୧୭ରେ ଆସିଥିବା ସିନେମା ‘ ଏ ଜେଣ୍ଟେଲମ୍ୟାନ୍‌’ରେ ନଜର ଆସିଥିଲେ।



from ମନୋରଞ୍ଜନ – Sambad http://bit.ly/2M1GZP7

Post a Comment

0Comments
Post a Comment (0)