ଯାତ୍ରୀଙ୍କର ହୃଦ୍‌ଘାତ ହେବାରୁ ଗୁଜରାଟର ବାୟୁସେନା ଘାଟିରେ ଓହ୍ଲାଇଲା ଏୟାର୍‌ ଇଣ୍ଡିଆ ବିମାନ

zisanmohammad
0

ଅହମଦାବାଦ: ରବିବାର ରାତିରେ ବିମାନ ଯାତ୍ରା କରୁଥିବା ଜଣେ ୩୩ ବର୍ଷିୟ ବ୍ୟକ୍ତିଙ୍କର ହୃଦ୍‌ଘାତ ହେବାରୁ ଦିଲ୍ଲୀରୁ ମସ୍‌କଟ୍‌ ଯାଉଥିବା ଏୟାର୍‌ ଇଣ୍ଡିଆର ଗୋଟାଏ ବିମାନ ପଥ ବଦଳାଇ ଜାମନଗର ବାୟୁସେନା ଘାଟିରେ ଓହ୍ଲାଇଥିଲା।

ବିମାନ ଅବତରଣ ପରେ ତୁରନ୍ତ ସେ ଯାତ୍ରୀଜଣଙ୍କୁ ବାୟୁସେନାର ଜଣେ ଡାକ୍ତରଙ୍କ ସହ ଜାମନଗର ସିଭିଲ୍‌ ହସ୍‌ପିଟାଲ୍‌କୁ ପଠାଯାଇଥିଲା।
ରବିବାର ବିଳମ୍ବିତ ରାତ୍ରୀରେ ଡିଫେନ୍‌ସ୍‌ ଗୁଜରାଟର ଲୋକସମ୍ପର୍କ ଅଧିକାରୀ ପୁନୀତ ଚଢ଼ା ଟୁଇଟ୍‌ କରିଛନ୍ତି: ବିମାନ ମଧ୍ୟରେ ଜଣେ ୩୩ ବର୍ଷିୟ ଭାରତୀୟ ଯାତ୍ରୀଙ୍କର ହୃଦ୍‌ଘାତ ହେବାରୁ ଏୟାର୍‌ ଇଣ୍ଡିଆ ୯୭୩ ଦିଲ୍ଲୀ ମସ୍‌କଟ୍‌ ବିମାନ ପଥ ପରିବର୍ତ୍ତନ କରି ରାତି ୧୦: ୩୦ରେ ଜାମନଗର ବାୟୁସେନା ଘାଟିକୁ ନିଆଯାଇଥିଲା। ବାୟୁସେନା ତୁରନ୍ତ ସହାୟତା କରିଥିଲା। ବେସାମରିକ ବିମାନବନ୍ଦରକୁ ପଥ ପରିବର୍ତ୍ତନ କରିଥିଲେ ଅଧିକ ସମୟ ଲାଗି ଥାଆନ୍ତା।

ସେ ପରେ କହିଥିଲେ କି, ଚିକିତ୍ସା ନିମନ୍ତେ ଯାତ୍ରୀଜଣଙ୍କୁ ଗୁରୁଗୋବିନ୍ଦ ସିଂହ ହସ୍‌ପିଟାଲ୍‌କୁ ନିଆଯାଇଥିଲା।
ଯାତ୍ରୀଙ୍କ ନାମ ପ୍ରକାଶ କରାଯାଇ ନାହିଁ।

ବାୟୁସେନା ଘାଟିରେ ବ୍ୟାବସାୟିକ ବିମାନକୁ ଅବତରଣ କରାଇବାକୁ ଅନୁମତି ଦେବା ଗୋଟାଏ ବିରଳ ଘଟଣା।



from ଦେଶ- ବିଦେଶ – Sambad http://bit.ly/2HqszDC

Post a Comment

0Comments
Post a Comment (0)