ଲୋକାଲ୍‌ରେ ବେଶି ଭେଜାଲ୍‌!

zisanmohammad
0

ବରଗଡ଼: ବରଗଡ଼ ସହରରେ ଚଢ଼ଉ ହେଉନଥିବାରୁ ଭେଜାଲ୍‌ ଖାଦ୍ୟର ବିକ୍ରି ବଢ଼ୁଥିବା ସଭିଁଙ୍କୁ ଜଣା। ଲୋକାଲ୍‌ ଖାଦ୍ୟରେ ବେଶି ଭେଜାଲ୍‌ ହେଉଥିବା ତଥ୍ୟ ସାମନାକୁ ଆସିଛି। ସହରରେ ଇତିମଧ୍ୟରେ ଗୁଡ଼ାଏ ଛୋଟ କାରଖାନା ଖୋଲିଛି। ଯେଉଁଠି ପାଉଁରୁଟି, ବିସ୍କୁଟ, କୁକିଜ୍‌ ତିଆରି ହେଉଛି। ନାମୀ କମ୍ପାନି ଗୁଡ଼ିକ ତୁଳନାରେ ଏଗୁଡ଼ିକର ମୂଲ୍ୟ ସାମାନ୍ୟ କମ୍‌ ଥିବାରୁ ଲୋକେ ଲୋକାଲ୍‌ ସାମଗ୍ରୀ କିଣିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଅସଲରେ ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ଭେଜାଲ୍‌ ବୋଲି ଜଣାପଡ଼ିଛି। କାରଣ ବିକ୍ସୁଟ ଏବଂ ପାଉଁରୁଟି ଗୁଡ଼ିକରେ ଖାଦ୍ୟ ସୁରକ୍ଷା ଆଇନ୍‌ ଅନୁଯାୟୀ କମ୍ପାନି ନାମ, ମୂଲ୍ୟ ଆଦିର ଷ୍ଟିକର୍‌ ରହୁଛି। ଏହି ଖାଦ୍ୟ ‌କେତେ ଦିନ ଯାଏଁ ଖାଇବା ଉପଯୋଗୀ ବୋଲି ମଧ୍ୟ ଉ‌େଲ୍ଲଖ ରହୁଛି। ହେଲେ ଖାଦ୍ୟକୁ କେବେ ପ୍ୟାକିଂ କରାଯାଇଛି, ତାହା କିିଛି ଦର୍ଶା ଯାଉନାହିଁ। ତେଣୁ ପୁରୁଣା ସାମଗ୍ରୀ ‌େ‌ହଲେ ମଧ୍ୟ ବେପାରୀ ତାକୁ ବିକ୍ରି କରୁଛନ୍ତି। ଫଳରେ ସଚେତନ ଖାଉଟୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି।



from ଜିଲ୍ଲା – Sambad http://bit.ly/2Jr8S0Z

Post a Comment

0Comments
Post a Comment (0)