
କଟକ: ବିଶ୍ବକପ୍ରେ ଭାରତ ଏଥର ବିଜେତା ହେବ। ସେହିପରି ଅଷ୍ଟ୍ରେଲିଆ ଯେଉଁ ଫର୍ମରେ ଅଛି ଏହି ଦଳ ମଧ୍ୟ ଉନ୍ନତମାନର ପ୍ରଦର୍ଶନ ଦେଖାଇପାରେ। ହେଲେ ଇ˚ଲଣ୍ତର ଘରୋଇ ପରିବେଶ ହୋଇଥିଲେ ବି ଭାରତ ଓ ଅଷ୍ଟ୍ରେଲିଆ ତୁଳନାରେ ଏହି ଦଳ ସେଭଳି କିଛି କରିପାରିବ ନାହିଁ। ତଥାପି ଇ˚ଲଣ୍ତ ତୃତୀୟ ସ୍ଥାନରେ ରହିପାରେ ବୋଲି ଓଡ଼ିଶା ରଣଜୀ ଦଳର ଚୟନକର୍ତ୍ତା ତଥା ପୂର୍ବତନ କ୍ରିକେଟର କୁଳମଣି ପରିଡ଼ା କହିଛନ୍ତି। ତାଙ୍କ ମତରେ ପୂର୍ବରୁ ଖେଳାଯାଇଥିବା ସମସ୍ତ ଦିନିକିଆ ମ୍ୟାଚ୍ଗୁଡିକରେ କୋହଲି ବାହିନି ଦମ୍ଦାର ପ୍ରଦର୍ଶନ କରୁଛନ୍ତି। ଶିଖର ଧାଵନ, ରୋହିତ ଶର୍ମା, କେଏଲ୍ ରାହୁଲ ପ୍ରଥମରୁ ବଡ଼ ଭାଗୀଦାରି କରିଲେ ବିରାଟ କୋହଲି, କେଦାର ଯାଦବ, ହାର୍ଦ୍ଦିକ ପାଣ୍ତ୍ୟା ଓ ମହେନ୍ଦ୍ର ସି˚ହ ଧୋନିଙ୍କ ଉପରେ ଚାପ କମ୍ ପଡ଼ିବ। ତେଣୁ ଚାପମୁକ୍ତ ରହିଲେ ଏମାନେ ବଡ଼ ସଟ୍ ଖେଳିପାରିବେ। ଶେଷ ଓଭରଗୁଡିକରେ ଦ୍ରୁତ ରନ୍ ବାହାର କରିବା ପାଇଁ ପ୍ରତ୍ୟେକ ଖେଳାଳିଙ୍କ ପାଖରେ ଦକ୍ଷତା ଅଛି। ବିଜୟ ଶଙ୍କର ନୂଆ ଖେଳାଳି ଭାବେ ବିଶ୍ବକପ୍ ଅଭିଜ୍ଞତା ସାଉଁଟିବେ। ତେଣୁ ନିଜର ପ୍ରତିଭା ଦେଖାଇବା ପାଇଁ ଏହା ପ୍ରକୃଷ୍ଟ ସମୟ। ସେହିପରି ବୋଲି˚ ବିଭାଗ ମଧ୍ୟ ପୂର୍ବଭଳି ମଜବୁତ ରହିଛି। ଦ୍ରୁତ ବୋଲରଙ୍କ ମଧ୍ୟରେ ମହମ୍ମଦ ସାମି, ଭୁବନେଶ୍ବର କୁମାର ଓ ଯଶପ୍ରୀତ ବୁମ୍ରା ଵିକେଟ ବାହାର କରିବାରେ ସିଦ୍ଧହସ୍ତ। ତଥାପି ପାଵାରପ୍ଲେ ଓ ଶେଷ ଓଭରମାନଙ୍କରେ ଏମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ସ୍ପିନରମାନଙ୍କ ମଧ୍ୟରେ କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା ଓ ଯଜୁବେନ୍ଦ୍ର ଚହଲ ମଧ୍ୟ ପ୍ରଭାବୀ ବୋଲର। ପୁଣି କେଦାର ଯାଦବ ପାର୍ଟ ଟାଇମ୍ ସ୍ପିନର ଭାବେ ଵିକେଟ ବାହାର କରିପାରିବେ। ତେଣୁ ଭାରତୀୟ ଦଳକୁ କାହା ତୁଳନାରେ କମ୍ ମଣିବା ଉଚିତ୍ ହେବନି। ଆଇପିଏଲ୍ରେ ଏମାନଙ୍କ ପ୍ରଦର୍ଶନ ନିଶ୍ଚିତ ଭାବେ ଏକ ଉଦାହରଣ ବୋଲି କୁଳମଣି କହିଛନ୍ତି। ବିଶ୍ବକପ୍ରେ ଭାରତ ବିପକ୍ଷରେ ପାକିସ୍ଥାନ, ଅଷ୍ଟ୍ରେଲିଆ, ଇ˚ଲଣ୍ତ ମ୍ୟାଚ୍ଗୁଡିକ ଦେଖିବାକୁ ଭାରି ଇଚ୍ଛା ଅଛି। ଯଦି ଡ୍ୟୁଟିରୁ ସମୟ ମିଳେ ତାହେଲେ ମ୍ୟାଚ୍ ନିଶ୍ଚୟ ଦେଖିବି। ଯଦି କୌଣସି ମ୍ୟାଚ୍ ହାତଛଡ଼ା ହୁଏ, ତାହେଲେ ଏହାର ପୁନଃପ୍ରସାରଣକୁ ଦେଖିବି ବୋଲି ସେ କହିଛନ୍ତି।
from ଖେଳ – Sambad http://bit.ly/2YBIS6j