ସା˚ସଦ ଅନୁଭବଙ୍କୁ ହତ୍ୟା ଧମକ: ଅଭିଯୁକ୍ତ ଗିରଫ

zisanmohammad
0

କଟକ : ଓଲିଉଡ ଅଭିନେତା ତଥା କେନ୍ଦ୍ରାପଡା ସାସ˚ଦ ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ ଏବ˚ ବଟି ମାଗିବା ଅଭିଯୋଗରେ ପୁରୀଘାଟ ଥାନା ପୁଲିସ ଅଭିଯୁକ୍ତ କାଳିଆ ଓରଫ ଦୀପୁ ବାରିକକୁ ଗିରଫ କରିଛି। ଅଭିଯୁକ୍ତ କାଳିଆର ଘର ଗଞ୍ଜାମ ଜିଲ୍ଲା ଖଲିକୋଟ ଅଂଚଳରେ ହୋଇଥିବା ବେଳେ ସେ କଟକରେ ଝାଞ୍ଜିରୀମଙ୍ଗଳା ଅଞ୍ଚଳରେ ରହି ଦିନମଜୁରିଆ ଭାବେ କାମ କରୁଥିଲେ। କାଳିଆ ନିକଟରୁ ମୋବାଇଲ୍‌ ଓ ଦୁଇଟି ସିମ୍‌ ଜବତ କରାଯାଇଥିବା ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, ଗତ ଏପ୍ରିଲ ୨୯ ତାରିଖ ରାତିରେ ସା˚ସଦ ପ୍ରାର୍ଥୀ ଅନୁଭବ ମହାନ୍ତି କେନ୍ଦ୍ରାପଡ଼ାରୁ କଟକ ଫେରୁଥିଲା ବେଳେ ରାତି ପ୍ରାୟ ୯ଟା ୧୨ ମିନିଟ୍‌ ବେଳେ ତାଙ୍କ ମୋବାଇଲ୍‌ ହ୍ବାଟ୍‌ସଆପ୍‌କୁ ଏକ ମେସେଜ୍‌ ଆସିଥିଲା। ଏଥିରେ ଲେଖାଥିଲା ‘୧୦ ଲକ୍ଷ ଦେବାକୁ ପଡ଼ିବ। ନଦେଲେ ତତେ ଆମେ ମାରି ଦେବୁ।’ ପୁଣି ଆଉ ଏକ ମେସେଜ୍‌ ରାତି ୯ଟା ୧୭ରେ ଆସିଥିଲା। ଏଥିରେ ଲେଖାଥିଲା, ‘କଣ କହୁଛୁ…’। ଏହି ମେସେଜ୍‌ ଆଧାରରେ ଅନୁଭବ ପୁରୀଘାଟ ଥାନାରେ ଏତଲା ଦେଇଥିଲେ। ପୁଲିସ ଏକ ମାମଲା(କେସ୍‌ ନ˚ ୯୧) ରୁଜୁ କରି ଘଟଣାର ତଦନ୍ତ କରିଥିଲା। ତେବେ ମେ’ ୩ ତାରିଖରେ ପୁଣି ସମାନ ଧମକ ମିଳିଥିଲା। ମୋବାଇଲ୍‌ ସିଡିଆର‌୍‌ ଏବ˚ ଲୋକେସନ୍‌ ଯାଞ୍ଚ ପରେ ଉକ୍ତ ନମ୍ବରଟି କଟକରେ ଦିନ ମଜୁରିଆ କାମ କରୁଥିବା କାଳିଆ ବ୍ୟବହାର କରୁଥିବା ଜଣାପଡ଼ିଥିଲା।

ଥାନା ଆଇଆଇସି ଶ୍ରୀ ସାହୁଙ୍କ କହିବା ଅନୁଯାୟୀ, ଏହି ଘଟଣା ଘଟିବା ପରେ କାଳିଆ ଗୁଜୁରାଟ ପଳାଇଥିଲା। ସେଠାରେ ଏକ ଟାଇଲ୍‌ ଫ୍ୟାକ୍ଟ୍ରିରେ କାମ କରୁଥିବା ଖବର ମିଳିଥିଲା। ତାକୁ ପିଛା କରି ପୁଲିସ ଗୁଜୁରାଟ ଯାଇଥିଲା। କିନ୍ତୁ ସେଠାରେ କାଳିଆ ମିଳିନଥିଲେ। କାଳିଆ ଟ୍ରେନ୍‌ ଯୋଗେ କଟକ ଫେରି ଆସୁଥିବା ପୁଲିସ ଜାଣିପାରି ଗୁଜୁରାଟରୁ ତାକୁ ପିଛା କରି ଆସୁଥିଲା। କଟକ ରେଳ ଷ୍ଟେସନ୍‌ରେ କାଳିଆକୁ ପୁରୀଘାଟ ଥାନା ପୁଲିସ ଗିରଫ କରିଥିବା ଥାନା ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ଗିରଫ ପରେ କାଳିଆକୁ କଟକ ସଦର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୋମବାର ତାଙ୍କ ଜାମିନ ଆବେଦନ ଶୁଣାଣି କରାଯିବ। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ବିଶ୍ବଜିତ ବରାଳ ମାମଲା ପରିଚାଳନା କରୁଛନ୍ତି।

ସୂଚନାଯୋଗ୍ୟ ଯେ, ଗଞ୍ଜାମର କାଳିଆ ଘରୁ ଗତ ଚାରି ବର୍ଷ ହେବ ଆସିଥିବା ବେଳେ କଟକରେ ଏକ ବର୍ଷ ହେବ ରହୁଥିଲେ। ଅନ୍ୟ ତିନି ଜଣ ସହଯୋଗୀଙ୍କ ସହିତ ଝାଞ୍ଜିରୀମଙ୍ଗଳାରେ ଘର ଭଡ଼ା ନେଇ ରହୁଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି।



from ଅପରାଧ – Sambad http://bit.ly/2JPXf2J

Post a Comment

0Comments
Post a Comment (0)