ମହଙ୍ଗା ପଡ଼ିଲା କ୍ଷୁଦ୍ର ପୋଷାକଧାରୀଙ୍କ ଉପରେ ଦେଇଥିବା ବିବାଦୀୟ ବୟାନ: ମହିଳାଙ୍କୁ ଘେରାଉ କଲେ ଅନେକ ଯୁବତୀ, ଭିଡିଓ ଭାଇରାଲ୍‌

zisanmohammad
0

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଏକ ରେଷ୍ଟୁରାଣ୍ଟ୍‌ରେ ଦେଖିବାକୁ ମିଳିଛି ନିହାତି ଲଜ୍ଜାକର ଘଟଣା। ରେଷ୍ଟୁରାଣ୍ଟ୍‌ ଭିତରେ କ୍ଷୁଦ୍ର ପୋଷାକ ପିନ୍ଧିଥିବା କିଛି ଯୁବତୀଙ୍କ ଆଡ଼େ ଇଙ୍ଗିତ ଦେଖାଇ ଜଣେ ମଧ୍ୟମ ବୟସ୍କା ମହିଳା କିଛି ପୁରୁଷଙ୍କୁ ଦୁଷ୍କର୍ମ କରିବାକୁ କହୁଥିବାର ଅଭିଯୋଗ ଆସିଛି। ମହିଳାଙ୍କ ମତରେ ଯୁବତୀମାନେ ପିନ୍ଧିଥିବା ପୋଷାକ ପାଇଁ ହିଁ ସମାଜରେ ଦୁଷ୍କର୍ମ ବଡୁଛି। ତେଣୁ ଯିଏ ନିଜ ପୋଷାକରେ ସଂଯମତା ରଖୁ ନାହିଁ ତାହା ସହ ଏପରି ହେବା ଉଚିତ।

ମାତ୍ର ମହିଳାଙ୍କୁ ତାଙ୍କର ଏପରି ଚିନ୍ତାଧାରା ବେଶ୍‌ ମହଙ୍ଗା ପଡ଼ିଛି। ମହିଳା ଜଣକ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ରେଷ୍ଟୁରାଣ୍ଟ ଭିତରେ ଥିବା ଅନେକ ଜଣ ଯୁବତୀ ତାଙ୍କୁ ଘେରି ଯାଇଥିଲେ। ଘେରି ଯିବା ସହ ତାଙ୍କର ଭିଡିଓ ରେକର୍ଡିଂ କରିଥିଲେ। ମହିଳା ଜଣଙ୍କୁ ବାରମ୍ବାର କ୍ଷମା ମାଗିବା ପାଇଁ ମଧ୍ୟ କହୁଥିବାର ଭିଡିଓରେ ଦେଖିବାକୁ ମିଳିଛି। ଯୁବତୀମାନଙ୍କ ଭିତରୁ ଜଣେ ସଂପୂର୍ଣ୍ଣ ଘଟଣାକୁ ଭିଡିଓରେ କଏଦ କରୁଥିବା ବେଳେ ଆଉ ସମସ୍ତେ ମିଶି ମହିଳାଙ୍କ ଜୀନା ହାରାମ୍‌ କରୁଥିବା ଦେଖିବାକୁ ମିଳିଛି।



from ଅପରାଧ – Sambad http://bit.ly/2XRR5D4

Post a Comment

0Comments
Post a Comment (0)