ଏନ୍‌ଡିଏ ନେତାଙ୍କ ବୈଠକ ଆଜି

zisanmohammad
0

ନୂଆଦିଲ୍ଲୀ : ଏକଜିଟ୍ ପୋଲ ପ୍ରକାଶ ପାଇବା ପରେ ବିଜେପି ଅଫିସରେ ଉତ୍ସବ ପାଳନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ କଂଗ୍ରେସ ମୁଖ୍ୟାଳୟ ଶୂନଶାନ ରହିଛି। ତେବେ ଏକଜିଟ ପୋଲ୍ ଆକଳନ ନେଇ ସମସ୍ତେ ଦ୍ବନ୍ଦ୍ବରେ ରହିଛନ୍ତି। ତେଣୁ ସହଯୋଗୀମାନଙ୍କୁ ନିଜ ସହିତ ରଖିବା ଲାଗି ବିଜେପି ଉଦ୍ୟମ ଆରମ୍ଭ କରିଥିବା ବେଳେ ବିରୋଧୀ ଦଳଗୁଡ଼ିକ ମଧ୍ୟ ଏକତା ପ୍ରଦର୍ଶନ କରିବା ପାଇଁ ଲାଗି ପଡ଼ିଛନ୍ତି।

ବିଜେପି ସଭାପତି ଅମିତ ଶାହ ମଙ୍ଗଳବାର ଦିନ ଏନଡିଏ ନେତାମାନଙ୍କ ନୈଶଭୋଜି ବୈଠକ ଡାକିଛନ୍ତି। ସନ୍ଧ୍ୟାରେ ହେବାକୁ ଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଏବଂ ଲୋକ ଜନଶକ୍ତି ପାର୍ଟି ମୁଖ୍ୟ ରାମ ବିଳାସ ପାଶୱାନ୍‌ ମଧ୍ୟ ଏହି ବୈଠକରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ପ୍ରମୁଖ ବିଜେପି ନେତା ଏବଂ କେନ୍ଦ୍ର ମନ୍ତ୍ରୀମାନଙ୍କ ସହ ମୋଦୀ ବିଜେପି ମୁଖ୍ୟାଳୟରେ ଏକ ବୈଠକ କରିବାର ଯୋଜନା ରହିଛି।

ସେହିଭଳି ଝୁଲା ଲୋକସଭା ଅନୁମାନ କରି ବିରୋଧୀ ଦଳମାନେ ବିକଳ୍ପ ସରକାର ପାଇଁ କଥାବାର୍ତା ଚଳାଇଛନ୍ତି। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ତଥା ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ ଆଜି କୋଲକାତା ଯାଇ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟି ସମ୍ଭାବ୍ୟ ରଣନୀତି ନେଇ ଅ‌ାଲୋଚନା କରିଛନ୍ତି। ସମାଜବାଦୀ ନେତା ଅଖିଳେଶ ଯାଦବ ଏବଂ ବିଏସପି ନେତ୍ରୀ ମାୟାବତୀଙ୍କ ମଧ୍ୟରେ ମଧ୍ୟ ବିଚାରବିମର୍ଶ ହୋଇଛି।

ଉଲ୍ଲେଖଯୋଗ୍ୟ ୧୪ଟି ଏକଜିଟ୍‌ ପୋଲ୍‌ରୁ ୧୨ଟି ଏକ୍‌ଜିଟ୍‌ ପୋଲ୍‌ ଆକଳନରୁ ଜଣାପଡ଼ିଛି ଯେ ଏନ୍‌ଡିଏ ସଂଖ୍ୟାଗରିଷ୍ଠତା ହାସଲ କରିବ। ତେବେ କଂଗ୍ରେସ ମାତ୍ର ୮୨ରୁ ୧୬୫ ଆସନ ପାଇବାରେ ସକ୍ଷମ ହେବ ବୋଲି ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ ଆକଳନରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ଉପା ଅପେକ୍ଷ‌ା ଅନ୍ୟ ଦଳ ଗୁଡ଼ିକ ଅଧିକ ଭୋଟ୍‌ ପାଇବେ ବୋଲି ୬ଟି ଏକ୍‌ଜିଟ୍‌ ପୋଲ୍‌ ଆକଳନରୁ ଜଣାପଡ଼ିଛି। କିନ୍ତୁ ବି‌େରାଧୀ ଦଳଗୁଡ଼ିକ ଏକଜିଟ୍ ପୋଲକୁ ପ୍ରତ୍ୟାଖ୍ୟାନ କରିଛନ୍ତି।



from ଦେଶ- ବିଦେଶ – Sambad http://bit.ly/2JSwQRT

Post a Comment

0Comments
Post a Comment (0)