ଭୋଟଗଣତି ପାଇଁ ସିଇଓ ଅଫିସରେ ସ୍ବତନ୍ତ୍ର ବ୍ୟବସ୍ଥା

zisanmohammad
0

ଭୁବନେଶ୍ବର : ଆସନ୍ତା ୨୩ ତାରିଖରେ ହେବ ଭୋଟଗଣତି। ଭୋଟଗଣତି ଫଳାଫଳ ଜାଣିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏଥରକ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗଣମାଧ୍ୟମ ପ୍ରତିନିଧି ଓ ସାଧାରଣ ଲୋକଙ୍କ ଜାଣିବା ପାଇଁ ସିଇଓ ଅଫିସ ପରିସରରେ ସ୍ବତନ୍ତ୍ର ଭାବେ ପ୍ଲାଇଉଡ୍ ନିର୍ମିତ ଅସ୍ଥାୟୀ କୋଠରୀ କରାଯାଇଛି। ସେଠାରେ ବଡ଼ବଡ଼ ଏଲଇଡି ଟିଭି ଲଗାଯାଇ ସହ ଭୋଟଗଣତିର ଟିକିନିଖି ଖବର ପ୍ରଦର୍ଶନ କରାଯିବ। ଏହାସହିତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମଧ୍ୟ ସମୟ ସମୟରେ ଗଣମାଧ୍ୟମ ଆଗରେ ଭୋଟଗଣତି ଫଳାଫଳ ନେଇ ତଥ୍ୟ ରଖିବା ନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି। ଚଳିତ ଥର ଓଡ଼ିଶାରେ ମୋଟ ୬୨ଟି ଭୋଟଗଣତି କେନ୍ଦ୍ର କରାଯାଇଛି। ସାରାଦେଶରେ ସକାଳ ୮ଟାରୁ ଭୋଟଗଣତି ଆରମ୍ଭ କରିବାକୁ ଭାରତ ନିର୍ବାଚନ କମିସନ ସମୟ ଧାର୍ଯ୍ୟ କରିଛନ୍ତି।



from ରାଜନୀତି – Sambad http://bit.ly/2YA17Jq

Post a Comment

0Comments
Post a Comment (0)