
ଡେରାଡୁନ୍: ନାରଙ୍ଗୀ ଚାଦରରେ ଆବୃତ ହୋଇ କେଦାରନାଥ ପୀଠ ନିକଟ ଗୋଟାଏ ଗୁହାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଧ୍ୟାନସ୍ଥ ମୁଦ୍ରାର ଫଟୋ ଶନିବାର ଦିନ ଟୁଇଟର୍ ଏବଂ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମରେ ଚହଳ ପକାଇ ଦେଇଥିଲା।
ଏଇ ପ୍ରାଚୀନ ଧର୍ମପୀଠ ନିକଟରେ ଆଟାଚ୍ ଟଏଲେଟ୍ ଏବଂ ହିଟର୍ ବ୍ୟବସ୍ଥା ଥିବା ଗୋଟାଏ ଦୁଇଟା ଗୁମ୍ଫା ପାଇଁ ଏବେ ଗର୍ଓ୍ଵାଲ୍ ମଣ୍ଡଳ ବିକାଶ ନିଗମର (ଜିଏମ୍ଭିଏନ୍) େଓ୍ଵବ୍ସାଇଟ୍ରେ ରାତିକ ପାଇଁ ୯୯୦ ଟଙ୍କାରେ ବୁକିଙ୍ଗ୍ ଚାଲିଛି।
ନାମକରଣ ହୋଇ ନ ଥିବା ଏହି ଚର୍ଚ୍ଚିତ ଗୁହାଟି ଧର୍ମପୀଠର ୧. ୫ କିଲୋମିଟର ଆଗରେ ଅବସ୍ଥିତ। ସେଥିରେ ଥିବା ଝରକାରୁ ମନ୍ଦିର ଶୋଭା ବଡ଼ ଆକର୍ଷଣୀୟ ଦିଶେ। ସମ୍ପୂର୍ଣ୍ଣ ନିରୋଳାରେ ଧ୍ୟାନ କରି ଓ ଝରକା ବାଟେ ମନ୍ଦିରକୁ ଚାହିଁ ଶନିବାର ଦିନ ମୋଦି ଏହି ଗୁମ୍ଫାରେ ୧୭ ଘଣ୍ଟା ବିତାଇଥିଲେ।
ସେଠାରେ ଥିବା ‘ରୁଦ୍ର’ ନାମକ ଆଉ ଗୋଟାଏ ଗୁମ୍ଫା ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ମାସନସନ୍ତାନ। ଯାତ୍ରୀମାନଙ୍କ ପାଇଁ ସେଠାରେ ଧ୍ୟାନ ଗୁମ୍ଫାଟାଏ କରିବାକୁ ମୋଦି ଇଚ୍ଛା କରିଥିଲେ। ଫଳରେ ଉତ୍ତରାଖଣ୍ଡ ସରକାର ଏହି ଗୁମ୍ଫା ନିର୍ମାଣ କଲେ। ମନ୍ଦିରର ବାମ ପାର୍ଶ୍ୱକୁ ପ୍ରାୟ ଏକ କିଲୋମିଟର୍ ଊର୍ଦ୍ଧ୍ୱରେ ଏହି ଗୁମ୍ଫା ଅବସ୍ଥିତ।
ସମ୍ବଳ ଅଭାବ, ଖରାପ ପାଗ ଏବଂ ମହଙ୍ଗା ଯୋଗୁଁ ଗତବର୍ଷ କୌଣସି ପର୍ଯ୍ୟଟକଙ୍କୁ ‘ରୁଦ୍ର’ ଗୁହା ଆକର୍ଷିତ କରି ନ ଥିଲା। ସେତେବେଳେ ଗୁମ୍ଫାର ଭଡ଼ା ଥିଲା ସର୍ବନିମ୍ନ ୩ ଦିନ ପାଇଁ ୩୦୦୦ ଟଙ୍କା। ଯାତ୍ରୀ ନ ହେବାରୁ ଏହି ଗୁମ୍ଫାର ରାତିକ ପାଇଁ ଭଡ଼ା ୯୯୦ ଟଙ୍କାକୁ କମାଇ ଦିଆଯାଇଛି।
ଏ ଭଳି ଆଉ ୫ଟି ଗୁମ୍ଫା ତିଆରି ଚାଲିଛି ବୋଲି ‘ଜିଏମ୍ଭିଏମ୍’ କହିଛି।
ଏହି ସବୁ ଗୁମ୍ଫାଗୁଡ଼ିକରେ ବିଜୁଳି, ପାଣି, ହିଟର୍ ଏବଂ ଆଟାଚ୍ ଟଏଲେଟ୍ ରହିଛି। କିଛି ଜରୁରୀ ପରିସ୍ଥିତି ଉପୁଜିଲେ ଏଥିରେ ଥିବା ଯାତ୍ରୀମାନେ କର୍ତ୍ତୃପକ୍ଷମାନଙ୍କୁ ଡାକିବା ଲାଗି ଫୋନ୍ ସୁବିଧା ବି ରହିଛି। କିନ୍ତୁ, ଗୋଟିଏ ଗୁମ୍ଫାରେ ମାତ୍ର ଜଣେ ଯାତ୍ରୀ ରହିବାକୁ ଅନୁମତି ମିଳିବ।
from ଦେଶ- ବିଦେଶ – Sambad http://bit.ly/2JRr0An