ଓକିଲଙ୍କ ବାଡ଼ିରୁ ମହିଳା ଧରାପଡ଼ିବା ମାମଲା : ପତ୍ନୀଙ୍କ ସହ ପୁଲିସ କନ୍‌ଷ୍ଟେବଲ୍‌ ଗିରଫ

zisanmohammad
0

ଭୁବନେଶ୍ୱର : ପୁରୁଣା ଭୁବନେଶ୍ୱର ରଥ ଦାଣ୍ଡରେ ଥିବା ଏକ ସୁନା ଗହଣା ଦୋକାନରୁ ଚୋରି କରିବା ଉଦ୍ୟମ ବେଳେ ଧରା ପଡ଼ିଥିବା ମହିଳାଙ୍କୁ ପଚରାଉଚରା ପରେ ଏକ ଅଭାବନୀୟ ଘଟଣା ପଦାକୁ ଆସିଛି। କନ୍‌ଷ୍ଟେବଲ୍‌ ସ୍ବାମୀଙ୍କ ଇସାରାରେ ମହିଳା ଜଣକ ଚୋରି କରୁଥିବା ବୟାନ ଦେବା ପରେ ଶ୍ରୀଲିଙ୍ଗରାଜଥାନା ପୁଲିସ ମହିଳାଙ୍କ ସମେତ ପୁଲିସ କନ୍େଷ୍ଟଲେ ନିରଞ୍ଜନ ଶତପଥୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ନିରଞ୍ଜନ ଏୟାରଫିଲ୍ଡ ଥାନାରେ କନେନ୍‌ଷ୍ଟେବଲ୍‌ ଥିବା ପୁଲିସ କହିଛି। ଭଣ୍ଡାରିପୋଖରୀ ମତବାଗ ଶାସନର ବାସିନ୍ଦା ନିରଞ୍ଜନ ଲକ୍ଷ୍ମୀସାଗର ଥାନା ଅଧୀନ ଚିନ୍ତାମଣିଶ୍ବର ଲେନ୍‌-୩ରେ ସପରିବାର ରହୁଥିଲେ। ମହିଳାଙ୍କ ସହ ଥିବା ଅନ୍ୟ ଦୁଇଜଣ ମହିଳା ଫେରାର ଅଛନ୍ତି। ସେମାନଙ୍କୁ ଚିହ୍ନଟ କରାଯାଇଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ କହିଛି। ସୂଚନା ମୁତାବକ, ରଥ ରୋଡ୍‌ରେ ଥିବା ଦୁଷ୍ମନ୍ତ ମହାରଣାଙ୍କ ମା ତାରିଣୀ ଜୁଏଲାରିକୁ ଗତକାଲି ଅପରାହ୍‌ଣ ଗୋଟାଏ ବେଳେ ୩ଜଣ ମହିଳା ସୁନା କିଣିବା ବାହାନାରେ ଆସିଥିଲେ। ଦୁଷ୍ମନ୍ତ ଅନ୍ୟମନସ୍କ ଥିବା ବେଳେ ସେମାନେ କିଛି ସୁନା ଗହଣା ଚୋରାଉଥିଲେ। କିନ୍ତୁ ଦୁଷ୍ମନ୍ତ ଦେଖି ଦେବା ସହ ସୁନା ଗହଣା ଛଡ଼ାଇ ଆଣିଥିଲେ। କିନ୍ତୁ ମହିଳାମାନେ ଦଉଡ଼ି ପଳାଇଥିଲେ। ଦୁଷ୍ମନ୍ତ ଚୋର ଚୋର ବୋଲି ଚିତ୍କାର କରିଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଫେରାର ହୋଇଯାଇଥିବା ‌ବେଳେ କନ୍‌ଷ୍ଟେବଲଙ୍କ ପତ୍ନୀ ଜଣେ ଲୋକଙ୍କ ବାଡ଼ିରେ ଲୁଚିବାକୁ ଉଦ୍ୟମ କରିଥିଲେ। ସ୍ଥାନୀୟ ଲୋକ ତାଙ୍କୁ ଧରି ପୁଲିସ ଜିମା ଦେଇଥିଲେ।



from ଅପରାଧ – Sambad http://bit.ly/2EtZwgK

Post a Comment

0Comments
Post a Comment (0)