ସାଇନା, ଦେବୀ ବିଜେତା, ରାଜ୍ୟ ଯୁବ ଚେସ୍ ଉଦ୍‌ଯାପିତ

zisanmohammad
0

ଭୁବନେଶ୍ବର: ବାଲେଶ୍ବର ଆଇନ୍ ମହାବିଦ୍ୟାଳୟ ପରିସରରେ ଚାଲିଥିବା ରାଜ୍ୟ ୧୭ ବର୍ଷରୁ କମ୍ ଚେସ୍ ପ୍ରତିଯୋଗିତା ସୋମବାର ଶେଷ ହୋଇଛି। ବାଳିକା ବର୍ଗରେ ମହିଳା ଫିଡେ ମାଷ୍ଟର୍ ତଥା କିଟ୍ ଛାତ୍ରୀ ସାଇନା ସଲୋନିକା ବିଜେତା ହୋଇଛନ୍ତି। ସାଇନା ୬ ରାଉଣ୍ଡରୁ ୬ ପଏଣ୍ଟ୍‌ ସହ ଶୀର୍ଷରେ ଅଭିଯାନ ଶେଷ କରିଥିବା ବେଳେ କଟକର ଅଙ୍କିତା ସାହୁ (୫), ପଲକ ମହାପାତ୍ର, ପ୍ରକୃତି ରାଉତ (ଉଭୟ ୪ ପଏଣ୍ଟ୍‌) ପରବର୍ତୀ ୩ ସ୍ଥାନରେ ରହିଥିଲେ। ସ୍ବସ୍ତିକା ପରିଡ଼ା, ଅଦିତି ଉପାସନା ପଟ୍ଟନାୟକ, ଅଞ୍ଜଳି ମିଶ୍ର, ରୋଜାଲିନ୍ ବେହେରା, ନିୟତି ନିହାରିକା ମହାପାତ୍ର (ସମସ୍ତେ ୩ ପଏଣ୍ଟ୍‌) ଏବଂ ସ୍ବୟଂଶ୍ରୀ ସାଇସ୍ନାତ (୨.୫) ଯଥାକ୍ରମେ ପଞ୍ଚମରୁ ଦଶମ ସ୍ଥାନରେ ରହିଥିଲେ। ସାଇନା ଏହି ବିଜୟ ସହିତ ଅଦ୍ୟାବଧି ନିଜର ସମସ୍ତ ବୟସ ବର୍ଗ (୭,୯, ୧୧, ୧୩, ୧୫, ୧୭) ରାଜ୍ୟ ବିଜୟିନୀ ହେବାର ଗୌରବ ଅର୍ଜନ କରିଛନ୍ତି। ଓପନ୍ ବର୍ଗରେ ଖୋର୍ଧା ଜିଲ୍ଲାର ଦେବୀ ପ୍ରସାଦ ନାୟକ ୭ ରାଉଣ୍ଡରୁ ୬.୫ ପଏଣ୍ଟ୍‌ ସହିତ ବିଜେତା ହୋଇଛନ୍ତି। ମୟୂରଭଞ୍ଜର ଅନୁବ୍ରତ ପ୍ରିୟଦର୍ଶନ ସାହୁ (୬) ଏବଂ କେନ୍ଦ୍ରାପଡ଼ାର ଆୟୁଷ ଆର୍ଯ୍ୟନ ମହାପାତ୍ର (୫.୫) ପରବର୍ତୀ ୨ ସମ୍ମାନ ପାଇଥିଲେ। ସାଇ ସ୍ବରୂପ ମିଶ୍ର (୫.୫), ଭବେଶ କୁମାର ବର୍ଧନ, ସଞ୍ଜୟ କୁମାର ରଥ, ସିଦ୍ଦେଶ କାମିଲା, ପୀୟୂଷ କୁମାର ସାହୁ, ରୁକ୍ମଣ କୁମାର ସାହୁ ଏବଂ ତ୍ରିଦେବ ତୀର୍ଥଙ୍କର (ସମସ୍ତେ ୫ ପଏଣ୍ଟ୍) ପାଇ ଯଥାକ୍ରମେ ଚତୁର୍ଥରୁ ଦଶମ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ଉଦ୍‌ଯାପନୀ ଉତ୍ସବରେ ବରିଷ୍ଠ ଚେସ୍ ପ୍ରଶାସକ ଦେବାଶିଷ ଚକ୍ରବର୍ତ୍ତୀ ଏବଂ ଭବେଶ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।



from ଖେଳ – Sambad http://bit.ly/2w7uJle

Post a Comment

0Comments
Post a Comment (0)