ବ୍ରିଟେନ୍‌ରେ ମାଲ୍ୟାଙ୍କ ସଙ୍କଟ ବଢ଼ିଲା

zisanmohammad
0

ଲଣ୍ଡନ: ଭାରତରେ ୯୦୦୦ କୋଟି ଟଙ୍କାର ଋଣ ଠକେଇ କରି ବ୍ରିଟେନ୍ ପଳାୟନ କରିଥିବା ମଦ ବ୍ୟବସା‌ୟୀ ବିଜୟ ମାଲ୍ୟାଙ୍କ ସଙ୍କଟ ସେଠାରେ ବଢ଼ିଯାଇଛି। ବ୍ରିଟେନ୍‌ର ମଦ କଂପାନି ଡିଆଜିଓ ପକ୍ଷରୁ ଦାୟର କରାଯାଇଥିବା ଏକ ମାମଲାରେ ମାଲ୍ୟାଙ୍କୁ ଝଟ୍‌କା ଲାଗିଛି। ଏହି ମାମଲାର ଶୁଣାଣି ଆସନ୍ତା ମେ’ ୨୩ରେ ହେବ। ଶୁଣାଣିକୁ ଆଉ କିଛି ଦିନ ଘୁଞ୍ଚାଇବାକୁ ମାଲ୍ୟା କୋର୍ଟଙ୍କୁ ଅନୁରୋଧ କରିଥିଲେ ଯାହା ଅଗ୍ରାହ୍ୟ ହୋଇଯାଇଛି। ଡିଆଜିଓ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀଙ୍କୁ ଆଇନଗତ ଖର୍ଚ ବାବଦରେ ୩୪ ହଜାର ପାଉଣ୍ଡ୍‌ ୨୮ ଦିନ ଭିତରେ ପ୍ରଦାନ କରିବାକୁ ମାଲ୍ୟାଙ୍କୁ କୋର୍ଟ ନିର୍ଦେଶ ଦେଇଛନ୍ତି।



from ବାଣିଜ୍ୟ – Sambad http://bit.ly/2D9KCLQ

Post a Comment

0Comments
Post a Comment (0)