ପାକିସ୍ତାନୀ କ୍ୱେଟ୍ଟା ସହରରେ ବୋମା ବିସ୍ଫୋରଣ; ୧୪ ମୃତ, ଅନେକ ଆହତ

zisanmohammad
0

କରାଚି: ଶୁକ୍ରବାର ପ୍ରତ୍ୟୁଷରେ ପାକିସ୍ତାନର କ୍ୱେଟ୍ଟା ସହରର ଏକ ପରିବା ହାଟରେ ବୋମା ବିସ୍ଫୋରଣ ଘଟିବାରୁ ଅନ୍ୟୂନ ୧୪ ଜଣ ବ୍ୟକ୍ତି ପ୍ରାଣ ହରାଇବା ସହ ଅନ୍ୟାନ୍ୟ ଅନେକ ଆହତ ହୋଇଛନ୍ତି।

ବାଲୋଚିସ୍ତାନର ପ୍ରାଦେଶିକ ରାଜଧାନୀ କ୍ୱେଟ୍ଟାର ହାଜରାଗଞ୍ଜି ଠାରେ ବୋମା ବିସ୍ଫୋରଣରେ ମରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଅନ୍ୟୂନ ସାତ ଜଣ ହାଜରା ସମ୍ପ୍ରଦାୟର। ମୃତ୍ୟୁସଂଖ୍ୟା ଆହୁରି ବଢ଼ି ପାରେ ବୋଲି ନିରାପତ୍ତା ବଳ ଆଶଙ୍କା କରୁଛନ୍ତି।

ବିସ୍ଫୋରଣ କାରଣରୁ ଆଖପାଖରେ ଥିବା କୋଠାଘରଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ସମ୍ପୃକ୍ତ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଚାଲିଛି।



from ଦେଶ- ବିଦେଶ – Sambad http://bit.ly/2Gjiist

Post a Comment

0Comments
Post a Comment (0)