ଇଲେକ୍ଟୋରାଲ୍‌ ବଣ୍ଡ୍‌ ମାଧ୍ୟମରେ ମିଳୁଥିବା ଅନୁଦାନର ପୂର୍ଣ୍ଣ ବିବରଣୀ ଦାଖଲ କରିବାକୁ କହିଲେ ସୁପ୍ରିମ୍‌ କୋର୍ଟ

zisanmohammad
0

ନୂଆଦିଲ୍ଲୀ: ଇଲେକ୍ଟୋରାଲ୍‌ ବଣ୍ଡ୍‌ ଉପରେ ଅସ୍ଥାୟୀ ରହିତାଦେଶ ଜାରି କରିବାକୁ ହୋଇଥିବା ଆବେଦନକୁ ଶୁକ୍ରବାର ଦିନ ସୁପ୍ରିମ୍‌ କୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଦଳଗୁଡ଼ିକ ପ୍ରତି ବିଜ୍ଞପ୍ତି ଜାରି କରି ଶୀର୍ଷ ଅଦାଲତ କହିଛନ୍ତି କି, ମେ ୩୦ ସୁଦ୍ଧା ସେମାନେ ଦାତାମାନଙ୍କର ଓ ଇଲେକ୍ଟୋରାଲ୍‌ ବଣ୍ଡ୍‌ ଜରିଆରେ ଗ୍ରହଣ କରିଥିବା ଅର୍ଥର ସବିଶେଷ ବିବରଣୀ ଦାଖଲ କରନ୍ତୁ।

ଇଲେକ୍ଟୋରାଲ୍‌ ବଣ୍ଡ୍‌ ମାଧ୍ୟମରେ ଅଜ୍ଞାତ ଦାତାଙ୍କ ସୂତ୍ରରୁ ରାଜନୈତିକ ଦଳଗୁଡ଼ିକୁ ଅନୁଦାନ ମିଳୁଥିବାରୁ ଏହାର ବୈଧ୍ୟତାକୁ ଚାଲେଞ୍ଜ୍‌ କରି ଦାଖଲ କରାଯାଇଥିବା ପିଟିସନ୍‌ର ଶୁଣାଣି କରି ଏହି ରାୟ ଦିଆଯାଇଛି। ଗୁରୁବାର ଦିନ ସରକାର ଅଦାଲତଙ୍କୁ କହିଥିଲେ କି, ଦାତାମାନଙ୍କର ପରିଚୟ ଜାଣିବା ଭୋଟର୍‌ମାନଙ୍କ ପାଇଁ ଜରୁରୀ ନୁହେଁ।

ଏ ସଂକ୍ରାନ୍ତରେ ବିଷଦ୍‌ଭାବେ ଶୁଣାଣି କରିବାକୁ ଯଥେଷ୍ଟ ସମୟ ନ ଥିବାରୁ ଏହି ରାୟ ମଧ୍ୟବର୍ତ୍ତୀକାଳିନ ବୋଲି ଶୀର୍ଷ ଅଦାଲତ କହିଛନ୍ତି। କିନ୍ତୁ ସୁପ୍ରିମ୍‌ କୋର୍ଟ କହିଛନ୍ତି କି, ଉଭୟ ପକ୍ଷ ଦାଖଲ କରିଥିବା ବିଷୟବସ୍ତୁ ମୂଲ୍ୟବାନ ଏବଂ ନିର୍ବାଚନ ପ୍ରକ୍ରିୟାର ପବିତ୍ରତା ବହନ କରୁଛି।

ସିପିଆଇ (ଏମ୍‌) ଏବଂ ଆସୋସିଏସନ୍‌ ଅଫ୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ନାମକ ଏନ୍‌ଜିଓ ଫାଇଲ୍‌ କରିଥିବା ଆବେଦନ ଉପରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ମାମଲା ଶୁଣାଣି କରୁଥିଲେ।



from ଦେଶ- ବିଦେଶ – Sambad http://bit.ly/2ItHqy0

Post a Comment

0Comments
Post a Comment (0)