କୋଲ୍‌କାତକୁ ହରାଇଲା ଚେନ୍ନାଇ

zisanmohammad
0

ଚେନ୍ନାଇ: ଆଇପିଏଲ୍‌ର ୨୩ତମ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସକୁ ଚେନ୍ନାଇ ସୁପର୍ କିଙ୍ଗ୍ସ ୭ ୱିକେଟ୍ ବ୍ୟବଧାନରେ ହରାଇ ଦେଇଛି। ଏଥି ସହିତ ଚେନ୍ନାଇ ଷଷ୍ଠରୁ ପଞ୍ଚମ ବିଜୟ ହାସଲ କରିଥିବା ବେଳେ କୋଲ୍‌କାତା ସମାନ ସଂଖ୍ୟକ ମ୍ୟାଚ୍‌ ଖେଳି ଦ୍ବିତୀୟ ପରାଜୟ ବରଣ କରିଛି। ଲୋସ୍କୋରିଂ ଏହି ମ୍ୟାଚ୍‌ ସମ୍ପୂର୍ଣ୍ଣ ରୋମାଞ୍ଚହୀନ ଥିଲା। ତଥାପି ରସେଲଙ୍କ ଅର୍ଧଶତକ କିଛିଟା ମନୋରଂଜନ ଯୋଗାଇଥିଲା।
ପୂର୍ବରୁ ଆନ୍ଦ୍ରେ ରସେଲଙ୍କ ଦାୟିତ୍ବପୂର୍ଣ୍ଣ ଅର୍ଧଶତକ (୫୦*, ୪୪ ବଲ୍‌, ୫ ଚୌକା, ୩ ଛକା) ସତ୍ତ୍ବେ କୋଲକାତା ମାତ୍ର ୧୦୮/୯ରେ ସୀମିତ ହୋଇଯାଇଥିଲା। ଘରୋଇ ଚେନ୍ନାଇ ସୁପର୍ କିଙ୍ଗସ ବୋଲରମାନେ ପାୱାର ପ୍ଲେ’ ଭିତରେ ୪ ୱିକେଟ୍‌ ବାହାର କରିନେବା ପରେ କୋଲକାତା ଆଉ ସୁଧୁରି ପାରିନଥିଲା। କ୍ରିସ୍ ଲିନ୍, ନୀତିଶ ରାଣା ଖାତା ଖୋଲି ପାରିନଥିଲେ। ସୁନୀଲ ନରିନ୍‌ (୬), ଦୀନେଶ କାର୍ତିକ (୧୯), ଶୁଭମନ ଗିଲ (୯), ପୀୟୂଷ ଚାୱଲା (୮) ପ୍ରମୁଖ ମଧ୍ୟ ବିଫଳ ହୋଇଥିଲେ। ଏକାକୀ ସଂଗ୍ରାମ କରିଥିବା ରସେଲଙ୍କ ପାଇଁ କେକେଆର୍ ସମ୍ମାନ ରହିଯାଇଥିଲା। ରସେଲଙ୍କୁ ରୋକିବାକୁ ୩ ସ୍ପିନ୍‌ ଆକ୍ରମଣ ଯୋଜନାରେ ‌ଖେଳିଥିବା ଚେନ୍ନାଇ ଏଥିରେ ସଫଳ ହୋଇଥିଲେ। ହରଭଜନ ସିଂହ, ଇମ୍ରାନ ତାହିର, ରବୀନ୍ଦ୍ର ଜାଦେଜା ମିଳିତ ଭାବେ ୫ ୱିକେଟ୍‌ ନେଇଥିଲେ। ଦ୍ରୁତ‌ ବୋଲର ଦୀପକ ଚହର (୪-୦-୨୦-୩) ସଫଳତମ ବୋଲର ଥିଲେ।
ସଂକ୍ଷିପ୍ତ ସ୍କୋର: କୋଲକାତା ନାଇଟ୍ ରାଇଡର୍ସ ୨୦ ଓଭରରେ ୧୦୮/୯ (ଆନ୍ଦ୍ରେ ରସେଲ-୫୦*, ଦୀପକ ଚହର-୩/୨୦, ହରଭଜନ ସିଂହ-୨/୧୫, ଇମ୍ରାନ୍ ତାହିର-୨/୨୧, ରବୀନ୍ଦ୍ର ଜାଦେଜା-୧/୧୭)। ଚେନ୍ନାଇ ସୁପର୍ କିଙ୍ଗ୍ସ ୧୭.୨ ଓଭରରେ ୧୧୧/୩ (ଫାପ୍ ଡୁ ପ୍ଲେସିସ୍-୪୩*, ଅମ୍ବାତି ରାୟୁଡୁ-୨୧, ସୁନୀଲ ନରିନ୍-୨/୨୪, ପୀୟୂଷ ଚାୱଲା-୧/୨୮)।



from ଖେଳ – Sambad http://bit.ly/2UsNr5h

Post a Comment

0Comments
Post a Comment (0)