ହାଇଦ୍ରାବାଦରେ ହୋଇ ପାରେ ଫାଇନାଲ୍‌

zisanmohammad
0

ହାଇଦ୍ରାବାଦ: ଚେନ୍ନାଇରେ ଚଳିତ ଆଇପିଏଲ୍‌ର ପ୍ଲେ ଅଫ୍ ଖେଳାଯିବା ନେଇ ଆଶଙ୍କା ଲାଗି ରହିଥିବାବେଳେ ଫାଇନାଲ୍ ମ୍ୟାଚ୍‌ ହାଇଦ୍ରାବାଦରେ ଖେଳାଯିବା ସମ୍ଭାବନା ଦେଖା ଦେଇଛି। ଚେପକ ଷ୍ଟାଡିୟମର ତିନିଟି ଷ୍ଟାଣ୍ଡ୍‌କୁ ସ୍ଥାନୀୟ ମହାନଗର ନିଗମ କର୍ତୁପକ୍ଷ ସିଲ୍ କରିଦେଇଥିବାରୁ ମ୍ୟାଚ୍ ବେଳେ ଏହି ଷ୍ଟାଣ୍ଡ୍‌ଗୁଡ଼ିକ ଫାଙ୍କା ପଡ଼ୁଛି। ପ୍ରସାରଣକାରୀ ସଂସ୍ଥା ସେଠାରେ ପ୍ଲେ ଅଫ୍ ଆୟୋଜନ କରିବା ସପକ୍ଷରେ ମଧ୍ୟ ନାହାନ୍ତି। ବିସିସିଆଇ ଏଥର ହାଇଦ୍ରାବାଦରେ କ୍ବାଲିଫାୟର୍-୧ ଏବଂ ଫାଇନାଲ୍ ଏବଂ ବେଙ୍ଗାଲୁରୁରେ କ୍ବାଲିଫାୟାର୍-୨ ଓ ଏଲିମିନେଟର୍‌ ଖେଳାଯିବା ଲାଗି ପ୍ରସ୍ତୁତ ରହିବାକୁ ମଧ୍ୟ ସଙ୍କେତ ଦିଆଯାଇଛି।



from ଖେଳ – Sambad http://bit.ly/2UuKIZl

Post a Comment

0Comments
Post a Comment (0)