
ନୂଆଦିଲ୍ଲୀ: ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପଦାଙ୍କ ଅନୁସରଣ କରି ବର୍ତମାନର ଅଧିନାୟକ ବିରାଟ କୋହଲି ନୂଆ କେଶ ବିନ୍ୟାସ କରିଛନ୍ତି। ରବିବାରଠାରୁ ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆରମ୍ଭ ହେଉଥିବା ବେଳେ କୋହଲି ବିଶାଖାପାଟଣା ପହଞ୍ଚିବା ପୂର୍ବରୁ ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ଚର୍ଚା ବଢ଼ିଛି। ଧୋନି ତାଙ୍କ ଆଦ୍ୟ ଜୀବନରେ ଲମ୍ବା ଚୁଟି ରଖୁଥିବା ବେଳେ ପରବର୍ତୀ ସମୟରେ ଏହାକୁ ଛୋଟ କରିଥିଲେ। ଏବେ ବିଶ୍ବକପ୍ ପୂର୍ବରୁ କୋହଲିଙ୍କ ଏହି ନୂଆ ଚେହେରା ପ୍ରଶଂସକଙ୍କୁ ପସନ୍ଦ ଲାଗିଛି। ଭାରତ ୨୪ ତାରିଖରୁ ଅଷ୍ଟ୍ରେଲିଆ ବିପକ୍ଷରେ ୨ ଟ୍ବେଣ୍ଟି-୨୦ ଏବଂ ୫ ଦିନିକିଆ ବିଶିଷ୍ଟ ଦୁଇ ଶୃଙ୍ଖଳା ଖେଳିବ।
from ଖେଳ – Sambad https://ift.tt/2EnTPBq