‘ପିଏମ୍‌ ନରେନ୍ଦ୍ର ମୋଦୀ’ ସିନେମାରେ ବୋମନ୍‌ ଇରାନୀ ନିଭାଇବେ ଏହି ଭୂମିକା

zisanmohammad
0

ମୁମ୍ବାଇ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‌ ‘ପିଏମ୍‌ ନରେନ୍ଦ୍ର ମୋଦୀ’ରେଏବେ ଆଉ ଜଣେ ବରିଷ୍ଠ ଚରିତ୍ର ଅଭିନେତାଙ୍କର ଏଣ୍ଟ୍ରି ହୋଇଛି। ସେ ହେଲେ ବୋମନ୍‌ ଇରାନୀ। ନିର୍ଦ୍ଦେଶକ ଓମଙ୍ଗ କୁମାରଙ୍କ ସୂଚନା ଅନୁଯାୟୀ ସିନେମାରେ ବୋମନଙ୍କୁ ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ଭୂମିକାରେ ଦେଖିବାକୁ ମିଳିବ। ଏ ସଂପର୍କରେ ବୋମନ୍‌ ଇରାନୀ କହିଛନ୍ତି ଯେ,ଯେତେେବେଳ ସେ ସୋସିଆଲ୍‌ ମିଡିଆରେ ନିଜର ଫଟୋ ସେଆର୍‌ କରନ୍ତି, ସେତେବେଳେ ଅନେକ ଲୋକ ପ୍ରତିକ୍ରିୟାରେ କହନ୍ତି ଯେ, ରତନ ଟାଟାଙ୍କ ଚେହେରା ସହିତ ତାଙ୍କ ଚେହେରା ମିଶୁଛି। ଯେତେବେଳେ ନିର୍ଦ୍ଦେଶକ ଓମଙ୍ଗ କୁମାର ତାଙ୍କୁ ଫୋନ୍‌ କରି ରତନ ଟାଟାଙ୍କ ଭୂମିକା ନିଭାଇବାକୁ ଅନୁରୋଧ କଲେ, ବୋମାନ୍‌ ତତ୍‌କ୍ଷଣାତ୍‌ ‘ହଁ’ ଭରିଥିଲେ।


ବୋମନ୍‌ ଇରାନୀ କହିଛନ୍ତି ଯେ ବହୁବାର ରତନ ଟାଟଙ୍କୁ ଭେଟିଛନ୍ତି। ରତନ ଅତ୍ୟନ୍ତ ମିଷ୍ଟଭାଷୀ ଓ ଦୟାବାନ୍‌। ଫିଲ୍ମରେ ରତନ ଟାଟାଙ୍କ ରୋଲ୍‌ କରିବା ପୂର୍ବରୁ ସେ ରତନ ଟାଟାଙ୍କ ଭିଡିଓ ଏବଂ ଅଡିଓ କ୍ଲିପ୍‌ ଅନଲାଇନ୍‌ ଦେଖୁଛନ୍ତି ବୋଲି କହିଛନ୍ତି ବୋମନ୍‌ ଇରାନୀ। ଏଠାରେ ସୂଚନାଯୋଗ୍ୟ ଯେ,‘ପିଏମ୍‌ ନରେନ୍ଦ୍ର ମୋଦୀ’ ଫିଲ୍ମରେ ବିବେକ ଓବେରଏ ନରେନ୍ଦ୍ର ମୋଦୀ ଭୂମିକା ନିଭାଉଛନ୍ତି। ଏଥିରେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ବର୍‌ଖା ବିଷ୍ଟ୍‍, ଜରିନା ଓ୍ଵାହାବ୍‌ ଏବଂ ମନୋଜ ଯୋଶୀ ପ୍ରମୁଖ କଳାକାର ଅଭିନୟ କରୁଛନ୍ତି।



from ମନୋରଞ୍ଜନ – Sambad https://ift.tt/2NqNzvG

Post a Comment

0Comments
Post a Comment (0)