ପରଦାକୁ ଫେରୁଛନ୍ତି ପୁଣି ଏହି ଲୋକପ୍ରିୟ ଯୋଡ଼ି

zisanmohammad
0

ପରଦାକୁ ଆସିଛନ୍ତି ପୁଣି ଏକ ଲୋକପ୍ରିୟ ଯୋଡ଼ି। ଏହି ଯୋଡ଼ି ହେଲେ ଦେବରାଜ୍‌-ଚିନ୍ମୟୀ ପ୍ରିୟଦର୍ଶିନୀ। ହଁ ‘ତୋ’ ପ୍ରେମରେ ପଡ଼ିଲା ପରେ’ ସିନେମାରେ ଏହି ଯୋଡ଼ିକୁ ଦର୍ଶକ ଦେଖିବାକୁ ପାଇଥିଲେ । ଏହି ସିନେମାର ପ୍ରଯୋଜନା କରିଥିଲେ ନିଜେ ନାୟିକା ଚିନ୍ମୟୀ ପ୍ରିୟଦର୍ଶିନୀ। ଏବେ ସେ ନିଜ ପ୍ରଯୋଜିତ ନୂଆ ସିନେମାର ନାଆଁ ରଖିଛନ୍ତି ‘ଚାଲ ଟିକେ ପ୍ରେମ କରିବା’। ନିଜର ହୋମପ୍ରଡକ୍ସନ୍‌ ‘ଦେବକୀ ଫିଲ୍ମସ’ ବ୍ୟାନରରେ ନିର୍ମାଣ ହେଉଥିବା ଏହି ସିନେମାରେ ଦ୍ୱିତୀୟ ଥର ପାଇଁ ଚିନ୍ମୟ ପ୍ରିୟଦର୍ଶିନୀଙ୍କ ବିପକ୍ଷରେ ନଜର ଆସିବେ ଦେବରାଜ।

ଦେବରାଜ‘ତୋ’ ପ୍ରେମରେ ପଡ଼ିଲା ପରେ’ ପରେ ଅନ୍ୟ ଏକ ସିନେମା ‘ବାବାଜୀ କା ଠୁଲ୍ଲ’ରେ ଅଭିନୟ କରିଥିଲେ ନାୟକ ଭାବେ। ରଂଜନ ମିଶ୍ରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ସୁଟିଂ ସରିଥିଲେ ବି ଏ ଯାଏଁ ପରଦାକୁ ଆସି ପାରି ନାହିଁ ଫିଲ୍ମଟି। ତେବେ ସେ ଯାହା ହେଉନା କାହିଁକି ନିକଟରେ ଦେବରାଜ-ଚିନ୍ମୟୀ ପ୍ରିୟଦର୍ଶିନୀ ଯୋଡିଙ୍କର ନୂଆ ସିନେମା ‘ଚାଲ ଟିକେ ପ୍ରେମ କରିବା’ର ଶୁଭ ମହୁରତ୍‌ ହୋଇଯାଇଛି। ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ସରୋଜକାନ୍ତ,ଯିଏ କି ଆଗରୁ ‘ପ୍ରେମର ନିଶା ନିଆରା ନିଆରା’ ଟାଇଟଲରେ ଏକ ଓଡ଼ିଆ ଫିଲ୍ମ ର ନିର୍ଦ୍ଦେଶନା ଦେଇଥିଲେ। ଦ୍ୱିତୀୟ ଥର ପାଇଁ ଦେବରାଜ-ଚିନ୍ମୟୀଙ୍କ ଯୋଡିକୁ ଦର୍ଶକ କେତେ ପସନ୍ଦ କରୁଛନ୍ତି, ତାହା ଦେଖିବାର କଥା।



from ମନୋରଞ୍ଜନ – Sambad https://ift.tt/2H0Eet5

Post a Comment

0Comments
Post a Comment (0)