
ଭୁବନେଶ୍ବର: ନୂଆପଲ୍ଲୀ ଥାନା ପୁଲିସ ଜଣେ ଲୁଟେରାକୁ ଗିରଫ କରିବା ସହ ତା’ଠାରୁ ୨ଲକ୍ଷ ଟଙ୍କାର ରୁପା ପାଉଁଜି, ହାର, ମୁଦି ଜବତ କରିଛି। ସେ ହେଲା, ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳର ଏ. ଗଣେଶ(୨୦)। ଏଠାରେ ସାଲିଆସାହି ସନ୍ତୋଷୀ ନଗରରେ ରୁହେ। ପୁଲିସ ସୂଚନା ମୁତାବକ, ଗୁରୁବାର ସକାଳ ପ୍ରାୟ ୯ଟା ବେଳେ ରାଜକିଶୋର ସାହୁ ନାମକ ଜଣେ ବ୍ୟବସାୟୀ କିଛି ରୁପା ଅଳଙ୍କାର ବିକ୍ରି କରିବା ପାଇଁ ସାଲିଆସାହି ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ଗଣେଶ ଓ ତାର ଦୁଇ ସହଯୋଗୀ ରାଜକିଶୋରଙ୍କୁ ମାଡ଼ ମାରି ଅଳଙ୍କାର ଛଡ଼ାଇ ନେଇଥିଲେ। ଏହାଦେଖି ଆଖପାଖରେ ଥିବା ଲୋକମାନେ ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। ହେଲେ ସେମାନଙ୍କ ମଧ୍ୟରୁ ୨ଜଣ ଖସି ପଳାଇଥିଲେ। ଲୋକମାନେ ତାକୁ ନିସ୍ତୁକ ମାଡ଼ ମାରି ପୁଲିସ ଜିମା ଦେଇଥିଲେ। ତା’ଠାରୁ ପାଖାପାଖି ୨ଲକ୍ଷ ଟଙ୍କାର ଅଳଙ୍କାର ଜବତ କରିଥିଲା। ପୁଲିସ ଏକ ମାମଲା ରୁଜୁ କରି ତାକୁ କୋର୍ଟ ଚାଲାଣ କରିଛି।
from ଅପରାଧ – Sambad https://ift.tt/2IDPiz0