ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି

zisanmohammad
0

ପୁରୀ : କୁକୁଡ଼ା ଫାର୍ମ କରାଇ ଦେବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ପୁରୀ ପ୍ରାଣୀ ସମ୍ପଦ ଚିକିତ୍ସାଳୟର ବରିଷ୍ଠ କିରାଣି ପୁରୁଷୋତ୍ତମ ବେହେରା (୫୪) ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଘଟଣାସ୍ଥଳରେ ଭିଜିଲାନ୍ସ ଟିମ୍‌ ତାଙ୍କଠୁ ୬ ହଜାର ଟଙ୍କା ଜବତ କରିବା ସହ ଦୁର୍ନୀତି ନିବାରଣ ଆଇନ ବଳରେ ଗିରଫ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ବାଲିପାଟଣା ଗ୍ରାମର ଦୀନବନ୍ଧୁ ସ୍ବାଇଁଙ୍କୁ ଏକ କୁକୁଡ଼ା ଫାର୍ମ କରାଇ ଦେବାକୁ ପ୍ରତିଶ୍ରୁତି ଦେଇ କିରାଣି ଶ୍ରୀ ବେହେରା ୬ ହଜାର ଟଙ୍କା ଲାଞ୍ଚ ‌ଦାବି କରିଥିଲେ। ଏ ନେଇ ଦୀନବନ୍ଧୁ ଭୁବନେଶ୍ବରସ୍ଥିତ ଭିଜିଲାନ୍ସ ଏସ୍‌ପିଙ୍କୁ ଭେଟି ଅଭିଯୋଗ କରିବା ପରେ ଶ୍ରୀ ବେହେରାଙ୍କୁ ଧରିବା ଲାଗି ଜାଲ ବିଛାଯାଇଥିଲା। ଯୋଜନା ମୁତାବକ, ଦୀନବନ୍ଧୁ ସେଠାରେ ପହଞ୍ଚି ଶ୍ରୀ ବେହେରାଙ୍କୁ ୬ ହଜାର ଟଙ୍କା ଦେବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରି ପକାଇ ଟଙ୍କା ଜବତ କରିଥିଲେ। ପରେ ଭିଜିଲାନ୍ସ ଟିମ୍ ଶ୍ରୀ ବେହେରାଙ୍କୁ ଗିରଫ କରି ଭୁବନେଶ୍ବର କାର୍ଯ୍ୟାଳୟକୁ ନେଇ ଯାଇଥିଲା। ଶ୍ରୀ ବେହେରାଙ୍କ ପିପିଲି ଶ୍ରୀରାମନଗରସ୍ଥିତ ବାସଭବନରେ ମଧ୍ୟ ଭିଜିଲାନ୍ସ ଟିମ୍‌ ଚଢ଼ଉ କରି କିଛି କାଗଜପତ୍ର ଜବତ କରିଥିବା ଜଣାପଡ଼ିଛି।



from ଅପରାଧ – Sambad https://ift.tt/2T53IMv

Post a Comment

0Comments
Post a Comment (0)