ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ଜୟଦୀପ ବୋଷଙ୍କ ପରଲୋକ

zisanmohammad
0

କଟକ: ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ଜୟଦୀପ ବୋଷଙ୍କ ପରଲୋକ ଘଟିଛି। ଦୀର୍ଘ ଦିନ ଧରି ମୁଖ କର୍କଟ ରୋଗରେ ପୀଡ଼ିତ ରହିବା ପରେ ଶୁକ୍ରବାର ସକାଳେ ତାଙ୍କର ଆଲାମଚାନ୍ଦ ବଜାରସ୍ଥିତ ବାସଭବନରେ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା। ଶେଷ ସମୟରେ ତାଙ୍କ ନିକଟରେ ପତ୍ନୀ ନମିତା ବୋଷ, ବଡ଼ ଝିଅ ଜୟଶିଲା ବୋଷ, ବଡ଼ ଜ୍ବାଇଁ ଅଭିମନ୍ୟୁ ଘୋଷ, ସାନ ଝିଅ ଜୟନିତା ବୋଷ, ସାନ ଜ୍ବାଇଁ ସତ୍ୟବ୍ରତ ପାଲ୍‌ଙ୍କ ସହ ଅନ୍ୟାନ୍ୟ ବନ୍ଧୁମାନେ ଉପସ୍ଥିତ ଥିଲେ। ଖାନନଗରସ୍ଥିତ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ସ୍ବର୍ଗତ ବୋଷ ୧୯୮୦ ଦଶକରେ ପ୍ରାୟ ୩ ବର୍ଷ ପର୍ଯ୍ୟନ୍ତ ଜାତୀୟ ଫୁଟବଲ୍‌ରେ ଓଡ଼ିଶାକୁ ପ୍ରତିନିଧିତ୍ବ କରିଛନ୍ତି। ଏଥିସହିତ ସେ ଅନେକ ଛୋଟ ପିଲାଙ୍କୁ ପ୍ରଶିକ୍ଷଣ ଦେଉଥିବା ବେଳେ ପୂର୍ବତଟ ରେଳବାଇରେ ଚାକିରି କରୁଥିଲେ। ଶୁକ୍ରବାର ତାଙ୍କ ମୃତ୍ୟୁ ଖବର ପାଇଁ ସେକ୍‌ ୟୁନୁସ, ବିକେ ସାହୁ, ମାନସ ସାମଲଙ୍କ ସହ ଅନେକ ଫୁଟ୍‌ବଲ ଖେଳାଳି, ଅଭିନେତା ଅରିନ୍ଦମ ରାଏ ପ୍ରମୁଖ ଆଲାମଚାନ୍ଦ ବଜାରସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।



from ଖେଳ – Sambad https://ift.tt/2BKfy4v

Post a Comment

0Comments
Post a Comment (0)