୧୯ ବର୍ଷରୁ କମ୍‌ ମହିଳା ଦିନିକିଆ କ୍ରିକେଟ୍‌, ଓଡ଼ିଶାକୁ କ୍ରମାଗତ ଷଷ୍ଠ ବିଜୟ

zisanmohammad
0

କଟକ: ଗୋଆରେ ଚାଲିଥିବା ୧୯ ବର୍ଷରୁ କମ୍‌ ମହିଳା ଦିନିକିଆ କ୍ରିକେଟ୍‌ରେ ଓଡ଼ିଶାର ବିଜୟ ଧାରା ଜାରି ରହିଛି। ଶୁକ୍ରବାର ଲଗାତର ଷଷ୍ଠ ମ୍ୟାଚ୍‌ରେ ବିଜୟୀ ହୋଇ ଓଡ଼ିଶା ୨୪ ପଏଣ୍ଟ୍‌ ସହ ଗୋଆର ସମକକ୍ଷ ହେଇଛି। ଉଭୟ ଦଳ ଏପର୍ଯ୍ୟନ୍ତ ଖେଳିଥିବା ସମସ୍ତ ୬ଟି ମ୍ୟାଚ୍‌ ଜିତିଥିଲା ବେଳେ ଟେବୁଲ୍‌ ଶୀର୍ଷରେ ରହିବା ପାଇଁ ୨୬ ତାରିଖରେ ଏହି ଦୁଇ ଦଳଙ୍କ ମଧ୍ୟରେ ନିର୍ଣ୍ଣାୟକ ମୁକାବିଲା ହେବ। ଶୁକ୍ରବାର ମ୍ୟାଚ୍‌ରେ ଓଡ଼ିଶା ୪ ଵିକେଟ୍‌ରେ ତ୍ରିପୁରାକୁ ହରାଇଛି। ଅମ୍ବିକା ଦେବନାଥଙ୍କ ୭୧ ରନ୍‌ ସହାୟତାରେ ତ୍ରିପୁରା ୯ ଵିକେଟ୍‌ ବିନିମୟରେ ୧୫୦ ରନ୍‌ କରିଥିଲା। କଳ୍ପନା ନାୟକ, ସୋନାଲି ହେମ୍ବ୍ରମ୍‌ ଓ ରାଣୀକୁମାରୀ ପ୍ରସାଦ ୨ ଲେଖାଏଁ ଵିକେଟ୍‌ ପାଇଥିଲେ। ଜବାବରେ ଓଡ଼ିଶା ୪୬.୨ ଓଭରରେ ୬ ଵିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ରଶ୍ମିତା ଚିନ୍ନାରା ୪୧, ପୁନମ ନାୟକ ୨୬, ସ୍ବିଟ ବେଉରା ୩୯* ରନ୍‌ କରିଥିଲେ।



from ଖେଳ – Sambad https://ift.tt/2TZSS7K

Post a Comment

0Comments
Post a Comment (0)