ଏୟାର ଇଣ୍ଡିଆକୁ ଫେରିଲେ ଅଶ୍ବିନୀ

zisanmohammad
0

ନୂଆଦିଲ୍ଲୀ: ରେଳ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ଅଶ୍ବିନୀ ଲୋହାନିଙ୍କୁ ଏୟାର ଇଣ୍ଡିଆର ସିଏମ୍‌ଡି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଏହା ପୂର୍ବରୁ ୨୦୧୫ରେ ସେ ପ୍ରାୟ ଦୁଇ ବର୍ଷ ପର୍ଯ୍ୟନ୍ତ ଏୟାର ଇଣ୍ଡିଆର ସିଏମ୍‌ଡି ଭାବ‌େ କାମ କରିଥିଲେ। ୨୦୧୭ରେ ତାଙ୍କୁ ରେଳ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। ୨୦୧୮ ଡି‌ସେମ୍ବରରେ ସେ ଅବସର ଗ୍ରହଣ କରିଥିଲେ। ଏୟାର ଇଣ୍ଡିଆର ସିଏମ୍‌ଡି ଭାବେ କାମ କରୁଥିବା ପ୍ରଦୀପ ଖୋସଲାଙ୍କୁ ନୂତନ ନାଗରିକ ଉଡ଼ାଣ ସଚିବ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି।



from ବାଣିଜ୍ୟ – Sambad http://bit.ly/2GHx6BV

Post a Comment

0Comments
Post a Comment (0)