ମହିଳା ଟ୍ବେଣ୍ଟି-୨୦: ପଣ୍ତିଚେରୀକୁ ହରାଇଲା ଓଡ଼ିଶା

zisanmohammad
0

କଟକ: ପୁଡୁଚେରୀରେ ଚାଲିଥିବା ମହିଳା ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ଓଡ଼ିଶା ଦ୍ବିତୀୟ ବିଜୟ ପାଇଛି। ବୁଧବାର ପ୍ରଥମ ମ୍ୟାଚ୍‌ରେ ସୌରାଷ୍ଟ୍ରକୁ ୩୧ ରନ୍‌ରେ ହରାଇଥିବା ଓଡ଼ିଶା ଗୁରୁବାର ୬୪ ରନ୍‌ରେ ଘରୋଇ ପଣ୍ତିଚେରୀ ଦଳକୁ ପରାସ୍ତ କରି କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି। ଟସ୍‌ ଜିତି ବ୍ୟାଟି˚ ନେଇଥିବା ଓଡ଼ିଶା ନିର୍ଧାରିତ ଓଭରରେ ୫ ଵିକେଟ ବିନିମୟରେ ୧୩୧ ରନ୍‌ କରିଥିଲା। ମଧୁସ୍ମିତା ବେହେରା ୩୮, ମାଧୁରୀ ମେହେଟ୍ଟା ୨୮, ପ୍ରଜ୍ଞାପାରମିତା ମହାନ୍ତି ୨୫ ଓ ରୀମାଲକ୍ଷ୍ମୀ ଏକ୍କା ୨୦ ରନ୍‌ର ଯୋଗଦାନ ଦେଇଥିଲେ। ପଣ୍ତିଚେରୀର ଏ ଅଷ୍ଟଲକ୍ଷ୍ମୀ ସମସ୍ତ ୫ ଵିକେଟ ଅକ୍ତିଆର କରିଥିଲେ। ଜବାବରେ ପଣ୍ତିଚେରୀ ନିୟମିତ ଅନ୍ତରାଳରେ ଵିକେଟ ହରାଇ ୬୭ ରନ୍‌ରେ ସୀମିତ ରହିଯାଇଥିଲା। ଓଡ଼ିଶା ପାଇଁ ରୀମାଲକ୍ଷ୍ମୀ ୩, ସୁଶ୍ରୀ ଦିବ୍ୟଦର୍ଶିନୀ ୨, ସୁଜାତା ମଲ୍ଲିକ, ପ୍ରିୟଙ୍କା ପ୍ରିୟଦର୍ଶିନୀ ଓ ମଧୁସ୍ମିତା ବେହେରା ଗୋଟିଏ ଲେଖାଏଁ ଵିକେଟ୍‌ ପାଇଥିଲେ।



from ଖେଳ – Sambad https://ift.tt/2VdqhM6

Post a Comment

0Comments
Post a Comment (0)