
ନୂଆଦିଲ୍ଲୀ: କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ଏବଂ ଜେକେଏଲ୍ଏଫ୍ ମୁଖ୍ୟ ୟାସିନ୍ ମଲିକଙ୍କୁ ଶୁକ୍ରବାର ବିଳମ୍ବିତ ରାତ୍ରୀରେ ଚଢ଼ଉ କରି ଗିରଫ କରାଯାଇଛି।
ଆସନ୍ତା ସୋମବାର ଦିନ ସୁପ୍ରିମ୍ କୋର୍ଟରେ ଧାରା ୩୫-ଏ ସଂକ୍ରାନ୍ତ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ପୂର୍ବରୁ ମଲିକଙ୍କୁ ଅଟକ ହୋଇଛନ୍ତି।
ଅନ୍ୟାନ୍ୟ ସୁବିଧା ଛଡ଼ା ଧାରା ୩୫-ଏ ଅନୁସାରେ ବାହାରର ଲୋକେ ଜମ୍ମୁ ଓ କଶ୍ମୀରରେ ସ୍ଥାବର ସମ୍ପତ୍ତି ଖରିଦ କରି ପାରିବେ ନାହିଁ।
ମଲିକଙ୍କୁ ତାଙ୍କ ମୈସୁମା ବାସଭବନରୁ ଗିରଫ କରାଯାଇ କୋଠିବାଗ ଥାନାକୁ ନିଆଯାଇଛି।
ଏହାଛଡ଼ା ଜମାତ-ଏ-ଇସ୍ଲାମ୍ ସହ ସମ୍ପୃକ୍ତ ଦୁଇ ଡଜନ ସରିକି ଲୋକଙ୍କୁ ମଧ୍ୟ କେନ୍ଦ୍ରୀୟ, ଉତ୍ତର ଓ ଦକ୍ଷିଣ କଶ୍ମୀର ଅଞ୍ଚଳରୁ ଧରାଯାଇ ଅଟକ ରଖାଯାଇଛି।
ଅଟକ ସଂକ୍ରାନ୍ତରେ ପୁଲିସ ଏ ପର୍ଯ୍ୟନ୍ତ କୌଣସି ବିବୃତି ଦେଇ ନାହିଁ।
ଅଟକ ଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ କେତେକ ହେଲେ ଜମାତ-ଏ-ଇସ୍ଲାମ୍ର ମୁଖ୍ୟ ଡକ୍ଟର୍ ଅବ୍ଦୁଲ୍ ହମିଦ ଫୟାଜ୍, ଆଡ୍ଭୋକେଟ୍ ଜାହିଦ ଅଲି, ଗୁଲାମ୍ କାଦିର ଲୋନ୍ ଆଦି ନେତା।
from ଦେଶ- ବିଦେଶ – Sambad https://ift.tt/2GFYvEW