ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଖରାପ: ଡୋନାଲ୍‌ଡ୍‌ ଟ୍ରମ୍ପ୍‌

zisanmohammad
0

ଓ୍ଵାସିଂଟନ୍‌: ଭାରତ ଓ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ପରିସ୍ଥିତି ଅତ୍ୟନ୍ତ ମନ୍ଦ ବୋଲି ବର୍ଣ୍ଣନା କରି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଶୁକ୍ରବାର ଦିନ କହିଛନ୍ତି ଯେ ଉଭୟ ପକ୍ଷ ସହ ତାଙ୍କ ପ୍ରଶାସନ ଯୋଗସୂତ୍ର ରକ୍ଷା କରୁଛି। ତାଙ୍କର ଆଶା ଖୁବ୍‌ ଶୀଘ୍ର କଶ୍ମୀର ଉପତ୍ୟକାରେ ତିକ୍ତତାର ଅନ୍ତ ଘଟିବ।

ଓଭାଲ୍‌ ଅଫିସ୍‌ରେ ଟ୍ରମ୍ପ୍‌ ସାମ୍ବାଦିକମାନଙ୍କୁ କହିଛନ୍ତି: ସମ୍ପ୍ରତି ପାକିସ୍ତାନ ଓ ଭାରତ ମଧ୍ୟରେ ପରିସ୍ଥିତି ଭାରି ଖରାପ। ବିପଜ୍ଜନକ ପରିସ୍ଥିତି। ତିକ୍ତତାର ଅନ୍ତ ହେଉ ବୋଲି ଆମେ ଆଶା କରୁଛୁ। ଏବେ ଗୁଡ଼ାଏ ଲୋକ ମରିଛନ୍ତି। ଆମେ ଏହାକୁ ବନ୍ଦ କରାଇବାକୁ ଚାହୁଁ। ସେ କ୍ଷେତ୍ରରେ ଆମର ସମ୍ପୃକ୍ତି ଆରମ୍ଭ ହୋଇଛି।

ଗତ ସପ୍ତାହରେ ପୁଲ୍‌ଓ୍ଵାମା ଠାରେ ଜୈଶ-ଏ-ଅହମଦ୍‌ ସଙ୍ଗଠନ ଭାରତୀୟ ଯବାନମାନଙ୍କ ଉପରେ କରିଥିବା ଆକ୍ରମଣ ସଂକ୍ରାନ୍ତ ପ୍ରଶ୍ନର ଉତ୍ତରରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍‌ ଏ କଥା କହିଛନ୍ତି।

ଉଭୟ ଦେଶର କର୍ତ୍ତୃପକ୍ଷଙ୍କ ସହ ତାଙ୍କ ପ୍ରଶାସନ ଆଲୋଚନା ଚଳାଇଥିବା କହି ସେ ଆହୁରି କହିଛନ୍ତି: ଭାରତ କଠୋର ପଦକ୍ଷେପ ନେବାକୁ ଚାହୁଁଛି। ଏଇ ଆକ୍ରମଣରେ ଭାରତ ପ୍ରାୟ ୫୦ ଲୋକଙ୍କୁ ହରାଇଛି ମାତ୍ର। ମୁଁ ତାହା ହୃଦୟଙ୍ଗମ କରିପାରୁଛି।

ଏ ସପ୍ତାହ ଆରମ୍ଭରେ ଟ୍ରମ୍ପ୍‌ ଏହି ଆତଙ୍କବାଦୀ ଆକ୍ରମଣକୁ ଗୋଟାଏ ଭୟାବହ ପରିସ୍ଥିତି ବୋଲି କହିଥିଲେ।



from ଦେଶ- ବିଦେଶ – Sambad https://ift.tt/2Np8SNP

Post a Comment

0Comments
Post a Comment (0)