କଲ୍ୟାଣୀ ଗଜପତି ବିଜେଡିକୁ ଯିବେ!

zisanmohammad
0

ପାରଳାଖେମୁଣ୍ତି : ପାରଳା ରାଜକୁମାରୀ କଲ୍ୟାଣୀ ଦେବୀ ଏ ମାସ ଶେଷ ଆଡ଼କୁ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗଦେବେ। ପୁଣି ତ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ ହେବେ। ରାଜକୁମାରୀ କଲ୍ୟାଣୀଙ୍କ ନିକଟତମ ରାଜନୈତିକ ପରାମର୍ଶଦାତାଙ୍କ ମହଲରୁ ଏହା ଶୁଣିବାକୁ ମିଳୁଛି। ଏପରିକି, ତାଙ୍କର ଯୋଗଦାନକୁ ନେଇ ବିଜେଡି ମଧ୍ୟ ଉତ୍ସାହିତ ଥିବା ଏକ ବିଶେଷସୂତ୍ରରୁ ଜଣାପଡ଼ିଛି।

ରାଜକୁମାରୀ କଲ୍ୟାଣୀଙ୍କ ପରିବାରର ରାଜନୀତି ସହିତ ବଂଶାନୁକ୍ରମିକ ସମ୍ବନ୍ଧ ରହିଛି। ତାଙ୍କ ଜେଜେବାପା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରଥମ ପ୍ରଧାନମନ୍ତ୍ରୀ। ପିତା ଗୋପୀନାଥ ଗଜପତି ଦୁଇଥର ସା˚ସଦ ଥିଲେ। ଏହି ଦୃଷ୍ଟିରୁ କଲ୍ୟାଣୀ ଦେବୀଙ୍କ ରାଜନୀତି ପ୍ରବେଶକୁ ନେଇ ସବୁବେଳେ ଆଲୋଚନା ଲାଗି ରହିଛି। ତାଙ୍କ ଯୋଗଦାନକୁ ନେଇ ସବୁ ରାଜନୈତିକ ଦଳର ମଧ୍ୟ ଦୃଷ୍ଟି ରହିଛି। ତାଙ୍କୁ ନିଜ ଆଡ଼କୁ ଟାଣି ଆଣିବା ପାଇଁ ବିଜେପି ପ୍ରୟାସ ଚଳାଇଥିଲା। ତେବେ, ବିଜୁ ପଟ୍ଟନାୟକଙ୍କ ସହିତ ପରିବାରର ସମ୍ପର୍କ ଦୃଷ୍ଟିକୋଣରୁ ସେ ବିଜେଡିରେ ଯୋଗଦେବା ପାଇଁ ଆଗ୍ରହୀ ବୋଲି ତାଙ୍କ ନିକଟତମ ମହଲରୁ ଜଣାପଡ଼ିଛି।

ଏହା ଯଦି ହୁଏ ବିଜେଡି ପାଇଁ ରାଜନୈତିକ ଫାଇଦା ମିଳିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦିଅନ୍ତି। ଏ ନିଷ୍ପତ୍ତି ଦ୍ବାରା ବିଜେଡି ପାଇଁ ଦୁଇଟି ଲାଭ ହେବ। ପ୍ରଥମତଃ ମହିଳା ପ୍ରାର୍ଥୀ ଭାବେ ନବୀନ ପଟ୍ଟନାୟକ କଲ୍ୟାଣୀ ଦେବୀଙ୍କୁ ମହିଳା ସ˚ରକ୍ଷଣ ଆସନ ତାଲିକାରେ ବିନା ଦ୍ବିଧାରେ ରଖି ପାରିବେ। ଦ୍ବିତୀୟତଃ ବ୍ରହ୍ମପୁର ଆସନ ପାଇଁ ଆଶାୟୀଙ୍କ ମଧ୍ୟରେ ଭିତରେ ଭିତରେ ଚାଲିଥିବା ଦ୍ବନ୍ଦ୍ବ ଓ ବିଦ୍ରୋହକୁ ଦମନ କରାଯାଇପାରିବ।

ଆସନ୍ତା ୨୭ କିମ୍ବା ୨୮ ତାରିଖ ଦିନ ବିଜେଡି ସୁପ୍ରିମୋଙ୍କ ଗଜପତି ଗସ୍ତ କାର୍ଯ୍ୟକ୍ରମ ରହିଛି। ସେ ସମୟରେ ରାଜକୁମାରୀ କଲ୍ୟାଣୀ ଦଳରେ ହୋଇପାରନ୍ତି ବୋଲି ସ˚କେତ ମିଳିଛି। ଏହା ପୂର୍ବରୁ କଲ୍ୟାଣୀ ଦେବୀ ନବୀନ ନିବାସ ପହଞ୍ଚି ରାଜନୈତିକ ଇନି˚ସ ଆରମ୍ଭ ମଧ୍ୟ କରିପାରନ୍ତି। ତେବେ, ସବୁକିଛିର ଦୃଶ୍ୟପଟ ଆଉ କିଛିଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ।



from ରାଜନୀତି – Sambad https://ift.tt/2GVL8js

Post a Comment

0Comments
Post a Comment (0)