
ବରଗଡ଼: ମୁଖ୍ୟମନ୍ତ୍ରୀଙ୍କ ସୋହେଲା ଗସ୍ତକୁ ବିରୋଧ କରି କଳାପତାକା ପ୍ରଦର୍ଶନ କରିବ ବୋଲି ପୂର୍ବରୁ ଜିଲ୍ଲା ବିଜେପି ଘୋଷଣା କରିଥିଲା। ଘୋଷଣା କ୍ରମେ ଦଳୀୟ କାର୍ଯ୍ୟାଳୟରୁ ନେତା ଓ କର୍ମୀମାନେ ପ୍ରଥମେ ବାଇକ୍ ରାଲିରେ ବାହାରି ଭଟଲି ଛକ ଯାଏଁ ପହଂଚିଥିଲେ। ସମସ୍ତେ କଳାପତାକା ମୁଣ୍ଡରେ ବାନ୍ଧି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ ଜଣାଇ ନାରାବାଜି କରିଥିଲେ। ୨୦୧୫ରେ ମୁଖ୍ୟମନ୍ତ୍ରୀ ସୋହେଲା ଗସ୍ତ କରି ଚାଷୀଙ୍କ ପାଇଁ ଶହେ ଟଙ୍କା ଲେଖାଏଁ ବୋସନ୍ ଘୋଷଣା କରିଥିଲେ। କିନ୍ତୁ ତାହା ବର୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇନାହିଁ। ତେଣୁ ନିର୍ବାଚନକୁ କେନ୍ଦ୍ର କରି ମୁଖ୍ୟମନ୍ତ୍ରୀ ପୁଣି ପ୍ରତାରଣା ଦେବା ସକାଶେ ପୁନର୍ବାର ସୋହେଲା ଗସ୍ତ କରିଛନ୍ତି ବୋଲି ବିଜେପି ନାରାବାଜି କରିଥିଲା। ପରେ ପୁଲିସ୍ ଘଟଣାସ୍ଥଳରେ ପହଂଚିଥିଲା। ରାଜ୍ୟ ଉପସଭାପତି ଅଶ୍ବିନୀ ଷଡ଼ଂଗୀ, ଜିଲ୍ଲା ସଭାପତି ଡା. ଅରୂପାନନ୍ଦ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ରବିନାରାୟଣ ଦାଶ, ଅଶୋକ ପଣ୍ଡା, ସୁରେଶ୍ବର ଶତପଥୀ, ମିଲନ ସେଠ, ସୌରୀ ଚରଣ ବାରିକ, ଗିରିଜେଶ ଖାଡ଼ଂଗା,ଅବନୀକାନ୍ତ ପଣ୍ଡା, ଅକ୍ରୁର ମଲ୍ଲିକ, ନବକିଶୋର ପାଣିଗ୍ରାହୀ, ଉର୍କୁଲୁ ତାଣ୍ଡି, ସନତ ହେତାଙ୍କ ସମେତ ଶହେ ଜଣଙ୍କୁ ଗିରଫ କରିଥିଲା। ମୁଖ୍ୟମନ୍ତ୍ରୀ ସୋହେଲାରୁ ଭୁବନେଶ୍ବର ବାହୁଡ଼ିଯିବା ପରେ ସମସ୍ତଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦେଇଥିଲା।
from ଜିଲ୍ଲା – Sambad https://ift.tt/2XeUrk4