ବାସି ଖାଦ୍ୟ ଖାଇ ୨୭ ଶିଶୁ ଅସୁସ୍ଥ

zisanmohammad
0

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ସରାସକେଲା ଗ୍ରାମ ଝିଞ୍ଜିରନାଳୀ ସାହି‌ରେ ବାସିଖାଦ୍ୟ ଖାଇ ୨୭ ଜଣ ଶିଶୁ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ପାଟଣା ଡାକ୍ତରଖାନାରେ ଭର୍ତି କରାଯାଇଛି। ଗ୍ରାମରେ ପଡ଼ୋଶୀଙ୍କ ଭୋଜିରୁ ବଳିଥିବା ବାସି ଖାଦ୍ୟ ଚୁଡ଼ା, କଦଳୀ ଆଦି ଏହି ଶିଶୁମାନଙ୍କୁ ଖାଇବାକୁ ଦିଆଯାଇଥିଲା। ଖାଇବାର କିଛି ସମୟ ପରେ ସେମାନେ ବାନ୍ତି କରିବା ଆରମ୍ଭ କରିଥିଲେ। କିଛି ସମୟ ଭିତରେ ସମସ୍ତେ ଅସୁସ୍ଥ ହୋଇପଡ଼ିଥିଲେ। ଅବସ୍ଥା ଅଧିକ ବିଗିଡ଼ିବାରୁ ସେମାନଙ୍କୁ ପାଟଣା ମେଡିକାଲକୁ ଅଣା ଯାଇଥିଲା। ଅସୁସ୍ଥଙ୍କ ମଧ୍ୟରେ ୧୭ ଝିଅ ଓ ୧୦ ପୁଅ ଅଛନ୍ତି। ଏମାନଙ୍କ ବୟସ ୫ରୁ ୭ ବର୍ଷ ମଧ୍ୟରେ ହେବ ବୋଲି ଜଣାପଡ଼ିଛି। ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ନିୟନ୍ତ୍ରଣାଧୀନ ଥିବା ଡାକ୍ତର ସାଗର ନାଏକ ସୂଚନା ଦେଇଛନ୍ତି।



from ଜିଲ୍ଲା – Sambad https://ift.tt/2XhbjXv

Post a Comment

0Comments
Post a Comment (0)