
ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମେୟା ଆଜି ଏକ ସାଧାରଣ ସଭାରେ ହଠାତ୍ ରାଗିଯିବା ପରେ ଯେଉଁ କାରନାମା ଦେଖାଇଛନ୍ତି ତାହାକୁ କେନ୍ଦ୍ରକରି ଦେଶବ୍ୟାପି ଚର୍ଚ୍ଚା ଓ ଆଲୋଚନା ସୃଷ୍ଟି ହୋଇଛି।
ଘଟଣାରୁ ପ୍ରକାଶ, ଆଜି ଅପରାହ୍ନରେ ମହୀଶୂର ଠାରେ ଆୟୋଜିତ ଏକ ସାଧାରଣ ସଭାରେ କଂଗ୍ରେସ ନେତା ସିଦ୍ଧରମେୟା ଯୋଗ ଦେଇଥିବା ବେଳେ ସେହି ସଭାକୁ ଆସିଥିବା ଜମିଲା ନାମ୍ନୀ ଜନୈକା ମହିଳାଙ୍କ ସହ ତାଙ୍କର କନ୍ନଡ଼ ଭାଷାରେ ଯୁୁକ୍ତିତର୍କ ହେବା ସହ ଉଚ୍ଚବାଚ ମଧ୍ୟ ହୋଇଥିଲା। ତେବେ, ଏହି ଘଟଣାରେ ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମେୟା ହଠାତ୍ ରାଗିଯିବା ସହ ନିଜର ସମସ୍ତ ହିତାହିତ ଜ୍ଞାନ ହରାଇ ବସି ତାଙ୍କ ବସିବା ଜାଗାରୁ ସଂପୃକ୍ତା ମହିଳାଙ୍କ ଆଡ଼କୁ ଉଠିଯାଇ ତାଙ୍କ ହାତରୁ ମାଇକ୍ରୋଫୋନ୍ ସହ ତାଙ୍କ ଓଢ଼ଣିକୁ ମଧ୍ୟ ସର୍ବସମ୍ମୁଖରେ ଟାଣି ଆଣିଥିଲେ। ଏହି ଅଘଟଣାରେ ମହିଳା ଜଣକ ଅପ୍ରସ୍ତୁତ ହୋଇପଡ଼ିଥିବା ବେଳେ ସେଠାରେ ଉପସ୍ଥିତ ଅନ୍ୟ କଂଗ୍ରେସ ନେତାମାନେ ମଧ୍ୟ ହତଚକିତ ହୋଇ ରହିଯାଇଥିଲେ। ଏହି ପୂରା ଘଟଣାର ଭିଡିଓ ଚିତ୍ର ଗଣମାଧ୍ୟମ ଦ୍ୱାରା ପ୍ରସାରିତ ହେବା ପରେ ଏବେ ଭାଇରାଲ ହେବାକୁ ଆରମ୍ଭ କରିଛି।
#WATCH Former Karnataka Chief Minister and Congress leader Siddaramaiah misbehaves with a woman at a public meeting in Mysuru. #Karnataka pic.twitter.com/MhQvUHIc3x
— ANI (@ANI) January 28, 2019
ବିରୋଧୀ ବିଜେପି ଏଘଟଣାରେ କଂଗ୍ରେସକୁ ଘେରିବା ସହ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦକର ଏ ମାମଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସିଦ୍ଧରମେୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
କଂଗ୍ରେସ ବିଧାୟକମାନଙ୍କ ବିଦ୍ରୋହ ଓ ଅସନ୍ତୋଷକୁ କେନ୍ଦ୍ର କରି କର୍ଣ୍ଣାଟକର ଏଚ୍ଡି କୁମାରସ୍ୱାମୀଙ୍କ ଜେଡିଏସ୍ ଓ କଂଗ୍ରେସର ମିଳିତ ସରକାର ସଙ୍କଟରେ ଥିବାବେଳେ କଂଗ୍ରେସ ନେତା ସିଦ୍ଧରମେୟାଙ୍କ ଏପ୍ରକାର ଆଚରଣ ରାଜ୍ୟରେ କଂଗ୍ରେସକୁ ଆହୁରି ଅସୁବିଧା ମଧ୍ୟକୁ ଠେଲି ଦେଇଛି।
from ରାଜନୀତି – Sambad http://bit.ly/2Uo3nkP
