ଜାତୀୟ ଉପ କନିଷ୍ଠ ଉଷୁ: ଓଡ଼ିଶାକୁ ୭ ପଦକ

zisanmohammad
0

ଭୁବନେଶ୍ବର: ପଞ୍ଜାବର ଫଗୱାରାଠାରେ ରବିବାର ଶେଷ ‌ହୋଇଥିବା ୧୮ତମ ଜାତୀୟ ଉପକନିଷ୍ଠ ଉଷୁ ପ୍ରତିଯୋଗିତାରେ ଓଡ଼ିଶା ଗୋଟିଏ ରୌପ୍ୟ ସହ‌ ମୋଟ ୭ ପଦକ ଜିତିଛି। ଗୁନସୁ ବର୍ଗରେ ଖୋର୍ଧାର ଆଶୁତୋଷ ମହାରଣା ଏକମାତ୍ର ରୌପ୍ୟ ସହ ଦାଓସୁରେ କାଂସ୍ୟ ପଦକ ଜିତିଥିଲେ। ଦାଓସୁରେ କୋରାପୁଟର ଚନ୍ଦନ କୁମାର ଡାକୁଆ, ଜିଆନସୁରେ ସୁନ୍ଦରଗଡ଼ର ଆଦିତ୍ୟ ଜେନା କାଂସ୍ୟ ପଦକ ଜିତିଥିଲେ। ବାଳିକା ବିଭାଗରେ ନାନଦାଓରୁ ସୋନାଲି ବାରିକ, ନାନଗୁନ୍‌ରୁ କ୍ରିତିକା ପସେରି, ଦାଓସୁରୁ ଜିୟା ବାଜୋଡ଼ିଆ (ସମସ୍ତେ ସୁନ୍ଦରଗଡ଼) କାଂସ୍ୟ ପଦକ ଜିତିଥିଲେ। ପ୍ରତିଯୋଗିତାରୋ ଓଡ଼ିଶାର ୧୨ ବାଳକ ଓ ୧୧ ବାଳିକା ଭାଗ ନେଇଥିଲେ। ପ୍ରଦ୍ୟୁମ୍ନ ବେହେରା ଓ ପୃଥ୍ବୀରାଜ ହରିଚନ୍ଦନ ବିଚାରକ ଭାବେ ମଧ୍ୟ ପ୍ରତିନିଧିତ୍ବ କରିଥିଲେ। ପ୍ରଶିକ୍ଷକ ଭାବେ ଜିତେନ୍ଦ୍ର ଦାଶ, ଦଲସୁ ଖଡ଼ଙ୍ଗକେଲ, ପ୍ରବଂଧକ ଭାବେ ସୁଧାଂଶୁ ପଣ୍ଡା ଓ ଅନୁରାଧା ଦୋରା, ଫିଜିଓ ସୁଜନ କୁମାର ରଥ ଦଳ ସହ ଗସ୍ତ କରିଥିଲେ। ପଦକ ବିଜେତାମାନଙ୍କୁ ରାଜ୍ୟ ଉଷୁ ସଂଘ ସଭାପତି ସୁଧାଂଶୁ ଭୂଷଣ ହରିଚନ୍ଦନ ଏବଂ ସମ୍ପାଦକ ପ୍ରଦ୍ୟୁମ୍ନ ବେହେରା ଅଭିନନ୍ଦନ ଜଣାଇଛନ୍ତି।



from ଖେଳ – Sambad http://bit.ly/2HzIh1v

Post a Comment

0Comments
Post a Comment (0)