ବିଜେଡିରେ ଯୋଗଦେଲେ ବିଜେପି ଜିଲ୍ଲା ପରିଷଦ ସଦସ୍ୟ

zisanmohammad
0

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ନେତୃତ୍ବ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ବିଜେଡିରେ ଯୋଗ ଦେଇଛନ୍ତି ଯାଜପୁର ଜିଲ୍ଲା ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର ଦୁଇଜଣ ବିଜେପି ଜିଲ୍ଲା ପରିଷଦ ସଭ୍ୟ । ୭ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ମାମିନା ମଲ୍ଲିକ, ୨୭ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଶ୍ରବଣ କୁମାର ଜେନା ବିଜେଡିରେ ସାମିଲ ହୋଇଛନ୍ତି। ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ନେତୃତ୍ବରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ତଥା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ଏହି ଦୁଇ ନିର୍ବାଚିତ ପ୍ରତିନିଧି। ସେମାନଙ୍କ ସହିତ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ସତ୍ୟଭାମା ମଲ୍ଲିକ, ତାପସ କୁମାର ମହାପାତ୍ର, ଖାନନଗର ସରପଞ୍ଚ ପ୍ରଶାନ୍ତ କୁମାର ସାହୁ, ସମିତି ସଭ୍ୟ କ୍ଷିତିରଞ୍ଜନ ନାୟକ, ପୂର୍ବତନ ବିଜେପି ମଣ୍ଡଳ ସଭାପତି ଗଦାଧର ସାହୁ, ପର୍ଶୁରାମ ମିଶ୍ର, ମନୋଜ କୁମାର ବିଶ୍ବାଳ, ସଂଖ୍ୟାଲଘୁ ମୋର୍ଚ୍ଚାର ଏସ.କେ ଆଲ୍ଲାଉଦ୍ଦିନ, ମହିଳା ମୋର୍ଚ୍ଚାର ତିଳୋତ୍ତମା ବେହେରା, ମଣ୍ଡଳ କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ସାହୁ, କୃଷକ ମୋର୍ଚ୍ଚାର ଅଲେଖ ଚନ୍ଦ୍ର ମଲ୍ଲିକ, ଯୁବ ମୋର୍ଚ୍ଚାର ଫକୀର ଚରଣ ସାହୁ, ଶଙ୍କର୍ଷଣ ସାମଲଙ୍କ ସମେତ ୫୦ରୁ ଉର୍ଦ୍ଧ୍ବ କର୍ମୀ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

ବିଜେଡିରେ ସାମିଲ ହେବା ପରେ ଦଳ ସଭାପତି ନବୀନ ପଟ୍ଟନାୟକ ସମସ୍ତଙ୍କୁ ସ୍ବାଗତ କରିବା ସହ ଯାଜପୁର ଜିଲ୍ଲାର ବିଜେପି ନେତାଙ୍କ ଯୋଗଦାନ ବିଜେଡିର ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ ବୋଲି କହିଛନ୍ତି ।



from ରାଜନୀତି – Sambad http://bit.ly/2DD9vQJ

Post a Comment

0Comments
Post a Comment (0)