ଗଣତନ୍ତ୍ର ଦିବସ ପରେଡ୍‌:ନାରୀ ଶକ୍ତିର ପ୍ରଦର୍ଶନ, ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି

zisanmohammad
0

ନୂଆଦିଲ୍ଲୀ: ବିପୁଳ ଉତ୍ସାହ ଓ ଉଦ୍ଦୀପନା ମଧୢରେ ଶନିବାର ନୂଆଦିଲ୍ଲୀ ରାଜପଥରେ ୭୦ତମ ଗଣତନ୍ତ୍ର ଦିବସର ଭବ୍ୟ ପରେଡ୍‌ ଅନୁଷ୍ଠିତ ହୋଇଛି। ଏଥିରେ ଭାରତୀୟ ସେନା ନିଜର ପରାକ୍ରମ ପ୍ରଦର୍ଶନ କରିଥିବା ବେଳେ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା, ବିବିଧ ସା˚ସ୍କୃତିକ ଓ ସାମାଜିକ ପରମ୍ପରା ପରେଡ୍‌ରେ ମୁଖ୍ୟ ଆକର୍ଷଣ ରହିଥିଲା। ଏଥର ପରେଡରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଅନେକ ମେଢ଼ ପ୍ରଦର୍ଶିତ ହୋଇଥିଲା। ମହାତ୍ମାଙ୍କ ୧୫୦ତମ ଜୟନ୍ତୀ ଅବସରରେ ତାଙ୍କର ଜୀବନ ଦର୍ଶନକୁ ନେଇ ଏହା ପ୍ରସ୍ତୁତ ହୋଇଥିଲା। ପରେଡରେ ନାରୀ ଶକ୍ତିର ପ୍ରଦର୍ଶନ ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା।
ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମଫୋସା ଏଥର ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରାଜପଥରେ ପହଞ୍ଚିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ତିନି ସେନା ମୁଖ୍ୟ ଅମର ଜୱାନ ଜ୍ୟୋତିରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭିବାଦନ ମଂଚରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ଏହାପରେ ୨୧ ତୋପ ସଲାମୀ ଦିଆଯାଇଥିଲା ଏବଂ ସେନାର ଏମ୍‌ଆଇ-୧୭ ହେଲିକପ୍‌ଟର ରାଜପଥରେ ଫୁଲ ବର୍ଷା କରିଥିଲା। ଏହି ଅବସରରେ ରାଷ୍ଟ୍ରପତି ଜମ୍ମୁ କଶ୍ମୀରରେ ସହିଦ ହୋଇଥିବା ଲାନ୍‌ସ ନାୟକ ନଜିର ଅହମ୍ମଦ ୱାନିଙ୍କ ପତ୍ନୀ ମହଜବୀନଙ୍କୁ ଶାନ୍ତିକାଳର ସର୍ବୋଚ୍ଚ ବୀରତା ସମ୍ମାନ ଅଶୋକ ଚକ୍ର ପ୍ରଦାନ କରିଥିଲେ। ପ୍ରଥମ ଥର ପାଇଁ ପରେଡରେ ଆସାମ ରାଇଫଲ୍‌ର ମହିଳା କଣ୍ଟିଜେଣ୍ଟ ଭାଗ ନେଇ ଇତିହାସ ସୃଷ୍ଟି କରିଥିଲା। ଏହାର ନେତୃତ୍ବ ନେଇଥିଲେ ମେଜର ଖୁସ୍‌ବୁ କମ୍ବର। ପରେଡ ଶେଷ ହେବାପରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରୋଟୋକଲ ଭାଙ୍ଗି ଲୋକଙ୍କ ନିକଟକୁ ଯାଇ ଅଭିନନ୍ଦନ ଜଣାଇଥିଲେ। ଏଥର ପରେଡରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପ୍ରଥମ ଥର ପାଇଁ ପ୍ରଥମ ଧାଡ଼ିରେ ବସିଥିବା ଦେଖିବାକୁ ମିଳିଥିଲା।



from ଦେଶ- ବିଦେଶ – Sambad http://bit.ly/2S3VqUH

Post a Comment

0Comments
Post a Comment (0)