ମୋଦୀ ପେସାରେ ଚା’ ବିକାଳି ନଥିଲେ!

zisanmohammad
0

ବଲାଙ୍ଗୀର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ସମଗ୍ର ଦେଶରେ ବିଭିନ୍ନ ସମୟରେ ବହୁ ଚର୍ଚ୍ଚା ଆଲୋଚନା ହେଉଛି। ମୋଦୀଙ୍କ ଏ ସମ୍ପର୍କୀୟ ବ୍ୟକ୍ତିଗତ ଜୀବନର ସବିଶେଷ ତଥ୍ୟ ଇତିମଧ୍ୟରେ ବଲାଙ୍ଗୀରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡାଙ୍କ ହସ୍ତଗତ ହୋଇଛି। ଏ ନେଇ ଶ୍ରୀ ପଣ୍ଡା ଏକ ପ୍ରେସ ଇସ୍ତାହାରରେ ସବିଶେଷ ସୂଚନା ଦେଇଛନ୍ତି। ଶ୍ରୀ ପଣ୍ଡା କହିଛନ୍ତି ଯେ, ଉତ୍ତର ପ୍ରଦେଶର ବାରଣସୀ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପାଖରେ ମୋଦୀ ନିଜେ ଦାଖଲ କରିଥିବା ସତ୍ୟପାଠର ନକଲ ତାଙ୍କୁ ପ୍ରଦାନ କରାଯାଇଛି। ପତ୍ର ସଂଖ୍ୟା ୧୦୪୩/ନିର୍ବାଚନ-୨୦୧୮ ତା. ୮ ଡିସମ୍ବର ୨୦୧୮ ଯୋଗେ ବାରଣସୀ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଏହି ତଥ୍ୟ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯୬୭ ମସିହାରେ ଗୁଜରାଟ ବୋର୍ଡ ଏସ୍ଏସ୍‌ସିରୁ ମାଟ୍ରିକ ପାସ୍ କରିଥିବା ବେଳେ ୧୯୭୮ ମସିହାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକ ଓ ଗୁଜରାଟ ବିଶ୍ୱବିଦ୍ୟାଳୟରୁ ୧୯୮୩ ମସିହାରେ କଳାରେ ସ୍ନାତକୋତ୍ତର ଯୋଗ୍ୟତା ହାସଲ କରିଥିବା ଏହି ତଥ୍ୟରୁ ଜଣାଯାଇଛି। ମାଟ୍ରିକରୁ ସ୍ନାତକୋତ୍ତର ଯୋଗ୍ୟତା ହାସଲ ପାଇଁ ମୋଦୀଙ୍କୁ ଦୀର୍ଘ ୧୬ ବର୍ଷ ଲାଗିଥିଲା। ହାଇସ୍କୁଲ ସାର୍ଟିଫିକେଟ ତଥା ମାଟ୍ରିକରୁ ସ୍ନାତକ ଯୋଗ୍ୟତା ପାଇଁ ମୋଦୀଙ୍କୁ ୧୧ ବର୍ଷ ଲାଗିଥିବା ବେଳେ ସ୍ନାତକରୁ ସ୍ନାତକୋତ୍ତର ଯୋଗ୍ୟତା ପାଇଁ ୫ ବର୍ଷ ଲାଗିଥିଲା। ମୋଦୀ ତାଙ୍କ ନିଜ ପେସା ବା ବ୍ୟବସାୟ ରାଜନୈତିକ କାର୍ଯ୍ୟ ଏବଂ ସାର୍ବଜନୀନ ଜୀବନ ବୋଲି ଉଲ୍ଲେଖ କରିଥିବା ଏବଂ ଚା’ ବିକିବା ସମ୍ପର୍କରେ ଏହି ସତ୍ୟପାଠରେ ସେ ଉଲ୍ଲେଖ କରିନଥିବା ଶ୍ରୀ ପଣ୍ଡା ପାଇଥିବା ସୂଚନା ଆଧାରରେ ଜଣାଇଛନ୍ତି। ତାଙ୍କ ପତ୍ନୀ ଯଶୋଦା ବେନଙ୍କ ପେସା, ବ୍ୟବସାୟ, ଆୟକର ସମ୍ପର୍କୀୟ କୌଣସି ତଥ୍ୟ ମୋଦୀ ଜାଣନ୍ତି ନାହିଁ ବୋଲି ଏହି ତଥ୍ୟରୁ ଜଣାପଡିଛି ବୋଲି ସୂଚନା ଅଧିକାର କର୍ମୀ ଶ୍ରୀ ପଣ୍ଡା କହିଛନ୍ତି। ଏହି ତଥ୍ୟ ମୋଦୀଙ୍କ ବ୍ୟକ୍ତିଗତ ଜୀବନର ଅବ୍ୟବସ୍ଥିତ ଅଂଶକୁ ପ୍ରଦର୍ଶିତ କରୁଛି ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି।



from ଦେଶ- ବିଦେଶ – Sambad http://bit.ly/2S8B4JQ

Post a Comment

0Comments
Post a Comment (0)